ଶିମିଳିପାଳରେ ବଢ଼ିଲା କୁମ୍ଭୀର ସଂଖ୍ୟା

ଶିମିଳିପାଳରେ ବଢ଼ିଲା କୁମ୍ଭୀର ସଂଖ୍ୟା

ମୟୁରଭଞ୍ଜ : ଶିମିଳିପାଳରେ ବଢ଼ିଲା କୁମ୍ଭୀର ସଂଖ୍ୟା ।  ୮୪କୁ ବୃଦ୍ଧି ପାଇଛି କୁମ୍ଭୀରଙ୍କ ସଂଖ୍ୟା । ଗତବର୍ଷ ତୁଳନାରେ ୩ଟି ବଢିଛନ୍ତି । କୁମ୍ଭୀର ସଂଖ୍ୟା ୮୧ ରୁ ୮୩କୁ ବୃଦ୍ଧି ପାଇଛି । ତେବେ ସର୍ବାଧିକ ୬୦ କୁମ୍ଭୀର ପଶ୍ଚିମ ଦେଓ ନଦୀରେ ଅଛନ୍ତି ବୋଲି ବନ ବିଭାଗ ପକ୍ଷରୁ ସୂଚନା ମିଳିଛି । ଜାନୁଆରୀ ୬ରୁ ୮ତାରିଖ ପର୍ଯ୍ୟନ୍ତ ତିନି ଦିନିଆ କୁମ୍ଭୀର ଗଣନା ରିପୋର୍ଟ ଆସିବା ପରେ ସୂଚନା ଦେଇଛନ୍ତି ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ କର୍ତ୍ତୃପକ୍ଷ । ଉତ୍ତର ଓ ଦକ୍ଷିଣ ଶିମିଳିପାଳର ମୋଟ ୧୬ଟି ରେଞ୍ଜରେ ଗଣନା ହୋଇଥିଲା । 

ସମ୍ବନ୍ଧିତ ଖବର ଲାଲ ବାହାଦୂର ଶାସ୍ତ୍ରୀ

ପ୍ରତି ରେଞ୍ଜରେ କୁମ୍ଭୀର ଗଣନା ପାଇଁ ରେଞ୍ଜର, ଫରେଷ୍ଟର ଓ କର୍ମଚାରୀଙ୍କୁ ନେଇ ୩୦ଟି ଟିମରେ ୧୦୦ରୁ ଉର୍ଦ୍ଧ୍ବ କର୍ମଚାରୀ ନିୟୋଜିତ ହୋଇଥିଲେ । ଶିମିଳିପାଳ ଓ ଆଖପାଖ ଅଞ୍ଚଳରେ ଅଧିକ ଗୋମୁହାଁ ବା ମଗର ପ୍ରଜାତିର କୁମ୍ଭୀର ଦେଖାଯାଇଥାନ୍ତି । ଶିମିଳିପାଳ ଦକ୍ଷିଣ ବନଖଣ୍ଡରେ ୭୮ଟି କୁମ୍ଭୀର ଥିବା ବେଳେ ଉତ୍ତର ବନଖଣ୍ଡରେ ଗୋଟିଏ, ରାମତୀର୍ଥରେ ୫ଟି କୁମ୍ଭୀର ରହିଛନ୍ତି ।   

ସମ୍ବନ୍ଧିତ ଖବର ୧୦ ଲକ୍ଷ ହିତାଧିକାରୀଙ୍କୁ ମିଳିବ ପକ୍କା ଘର

ପ୍ରତି ରେଞ୍ଜରେ କୁମ୍ଭୀର ଗଣନା ପାଇଁ ରେଞ୍ଜର, ଫରେଷ୍ଟର ଓ କର୍ମଚାରୀଙ୍କୁ ନେଇ ୩୦ଟି ଟିମରେ ୧୦୦ରୁ ଉର୍ଦ୍ଧ୍ବ କର୍ମଚାରୀ ନିୟୋଜିତ ହୋଇଥିଲେ। ଶିମିଳିପାଳ ଓ ଆଖପାଖ ଅଞ୍ଚଳରେ ଅଧିକ ଗୋମୁହାଁ ବା ମଗର ପ୍ରଜାତିର କୁମ୍ଭୀର ଦେଖାଯାଇଥାନ୍ତି। ତେଣୁ ବିଗତ ୩ ଦିନ ମଧ୍ୟରେ ସମସ୍ତ କୁମ୍ଭୀରଙ୍କର ଗଣନା କାର୍ଯ୍ୟ ସମାପନ ହୋଇଥିଲା।  

ସମ୍ବନ୍ଧିତ ଖବର ମାଇନସ ଡିଗ୍ରୀକୁ ଖସିଲା ଶିମିଳିପାଳ ତାପମାତ୍ରା

 

Tags: