ଇରାନ ଛାଡିବାକୁ ଭାରତୀୟଙ୍କୁ ପରାମର୍ଶ

ଇରାନ ଛାଡିବାକୁ ଭାରତୀୟଙ୍କୁ ପରାମର୍ଶ

ନୂଆଦିଲ୍ଲୀ : ଇରାନ ଛାଡି ଛାଲିଯିବାକୁ ଭାରତୀୟଙ୍କୁ ଆଡ଼ଭାଇଜରୀ ଜାରି । ତେହେରାନ ସ୍ଥିତ ଭାରତୀୟ  ଦୂତାବାସ ପକ୍ଷରୁ ପରାମର୍ଶ ଦିଆଯାଇଛି । ସମ୍ଭାବ୍ୟ ଆମେରିକା ଆକ୍ରମଣ ଆଶଙ୍କାରେ ଆଡ଼ଭାଇଜାରୀ ଜାରି କରାଯାଇଛି । ଯେତେ ଶୀଘ୍ର ସମ୍ଭବ ଇରାନ ଛାଡି ଚାଲିଯିବା ପାଇଁ କୁହାଯାଇଛି । ସମ୍ପ୍ରତି ଇରାନ ହିଂସାରେ ୨୫ ଶହ ଲୋକଙ୍କ ଜୀବନ ଗଲାଣି । ଇରାନରେ ସରକାର ବିରୋଧୀ ଆନ୍ଦୋଳନ ଅତି ଭୟଙ୍କର ରୂପ ଧାରଣ କରିଛି ।

ସମ୍ବନ୍ଧିତ ଖବର ମୋକିମଙ୍କ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ହେଲେ ଝିଅ ସୋଫିଆ

ବିଦେଶ ମନ୍ତ୍ରଣାଳୟ ତରଫରୁ କୁହାଯାଇଛି କି, ଇରାନରେ ଥିବା ଭାରତୀୟ ନାଗରିକ ସାବଧାନତା ଅବଲମ୍ବନ କରନ୍ତୁ, ବିରୋଧ ପ୍ରଦର୍ଶନ ରାଲି ଅଞ୍ଚଳକୁ ଯାଆନ୍ତୁ ନାହିଁ । ଇରାନରେ ଥିବା ଭାରତୀୟ ଦୂତାବାସ ସହିତ ସଂପର୍କ କରନ୍ତୁ । କୌଣସି ଘଟଣା ଜାଣିବା ପାଇଁ ସ୍ଥାନୀୟ ମିଡିଆ ଉପରେ ନଜର ରଖନ୍ତୁ । ଭାରତୀୟ ନାଗରିକ କର୍ମସିଆଲ ବିମାନ ହେଉ ଅବା ଅନ୍ୟ କୌଣସି ଟ୍ରାନ୍ସପୋର୍ଟ ଜରିଆରେ ଇରାନ ଛାଡିବାକୁ ପରାମର୍ଶ ଦିଆଯାଇଛି ।

ସମ୍ବନ୍ଧିତ ଖବର ବୃଦ୍ଧି ହେଲା ୭ ହଜାର ବୁଥ

ସର୍ବୋଚ୍ଚ ନେତା ଆୟାତୋଲ୍ଲା ଖାମେନେଇଙ୍କ ଶାସନ ବିରୁଦ୍ଧରେ ଚାଲିଥିବା ଏହି ବିଦ୍ରୋହକୁ ଦବାଇବା ପାଇଁ ସେନା ଏବଂ ପୋଲିସ ପକ୍ଷରୁ ଚରମ ପଦକ୍ଷେପ ଗ୍ରହଣ କରାଯାଉଛି । ଆନ୍ଦୋଳନରେ ସାମିଲ ଥିବା ଜଣେ ପ୍ରତିବାଦକାରୀଙ୍କୁ ସରକାର ମୃତ୍ୟୁଦଣ୍ଡ ଦେଇଛନ୍ତି ।

ସମ୍ବନ୍ଧିତ ଖବର ଭାରତର ଫୋନ କଲ୍ ରେ ନରମିଲା ଆମେରିକା

 

Tags: