ପୋଙ୍ଗଲ
ମକର ସଂକ୍ରାନ୍ତି ସମୟରେ ଦକ୍ଷିଣ ଭାରତରେ ପାଳନ କରାଯାଉଥିବା ପୋଙ୍ଗଲ ଏକ ପ୍ରମୁଖ କୃଷି ଭିତ୍ତିକ ପର୍ବ। ବିଶେଷ କରି ତାମିଲନାଡୁରେ ଏହାକୁ ଅତି ଉତ୍ସାହର ସହ ଚାରି ଦିନ ଧରି ପାଳନ କରାଯାଏ । ଏହି ପର୍ବ ପ୍ରକୃତି, ସୂର୍ଯ୍ୟ ଦେବତା ଏବଂ ଗୋମାତାଙ୍କୁ କୃତଜ୍ଞତା ଜଣାଇବା ପାଇଁ ଏକ ସୁନ୍ଦର ମାଧ୍ୟମ । ପୋଙ୍ଗଲର ଅର୍ଥ ହେଉଛି "ଉତୁରିବା" ବା "ଅଧିକ ହେବା" । ଏହି ଦିନ ନୂଆ ଚାଉଳ, ଗୁଡ଼ ଏବଂ କ୍ଷୀରକୁ ମାଟି ହାଣ୍ଡିରେ ରନ୍ଧାଯାଏ । ଯେତେବେଳେ ଏହି ମିଠା ଭାତ ହାଣ୍ଡିରୁ ଉତୁରି ପଡ଼େ, ସେତେବେଳେ ଲୋକମାନେ "ପୋଙ୍ଗଲୋ ପୋଙ୍ଗଲ" ବୋଲି ଆନନ୍ଦରେ କହିଥାଆନ୍ତି, ଯାହା ସମୃଦ୍ଧିର ପ୍ରତୀକ ଅଟେ । ଏହି ପର୍ବର ଚାରିଦିନ ଧରି ପାଳନ ହୋଇଥାଏ । ଯଥା ଭୋଗୀ, ସୂର୍ଯ୍ୟ ପୋଙ୍ଗଲ, ମାଟ୍ଟୁ ପୋଙ୍ଗଲ ଏବଂ କାନୁମ ପୋଙ୍ଗଲ । ପ୍ରଥମ ଦିନରେ ପୁରୁଣା ଜିନିଷକୁ ପୋଡ଼ି ନୂତନତାକୁ ସ୍ୱାଗତ କରାଯାଏ ଏବଂ ତୃତୀୟ ଦିନରେ ଚାଷ କାର୍ଯ୍ୟରେ ସାହାଯ୍ୟ କରୁଥିବା ଗୋରୁଗାଈଙ୍କୁ ପୂଜା କରାଯାଏ । ଘର ଆଗରେ ରଙ୍ଗବେରଙ୍ଗର 'କୋଲମ' (ଝୋଟି) ପକାଯାଇ ପରିବେଶକୁ ଉତ୍ସବମୁଖର କରାଯାଏ । ପୋଙ୍ଗଲ କେବଳ ଏକ ପର୍ବ ନୁହେଁ, ବରଂ ଏହା ମଣିଷ ଓ ପ୍ରକୃତି ମଧ୍ୟରେ ଥିବା ନିବିଡ଼ ସମ୍ପର୍କର ଏକ ପ୍ରତିଫଳନ ।
Related Posts



