ବିଜେଡ଼ିକୁ ଜଗନ୍ନାଥ ହିଁ ଭରସା - ଏଲିନା
ଗାଈ ହାତୀ ଉପାଖ୍ୟାନ ଦେଲେ ଶ୍ରିମୟୀ
ଭୁବନେଶ୍ୱର : ବିଜେଡିରୁ ୨ ବିଧାୟକଙ୍କୁ ନିଲମ୍ବନକୁ ନେଇ ପୁଣି ଥରେ ନିଶାନା କରିଛନ୍ତି ବିଜେଡି ନେତ୍ରୀ ଏଲିନା । ପରୋକ୍ଷରେ ପାଣ୍ଡିଆନଙ୍କ ବିରୋଧରେ ବିଷୋଦ୍ଗାର କରିଛନ୍ତି ଏହି ନେତ୍ରୀ । ସେ ତାଙ୍କ ସୋସିଆଲ ମିଡ଼ିଆ ଫେସବୁକରେ ଲେଖିଛନ୍ତି ତଳ ବରଡ଼ା ଖସୁଛି,ଉପର ବରଡ଼ା ହସୁଛି.... ମଝି ବରଡ଼ା ଥାଇ କହୁଛି ମୋ ବେଳ କାଳ ଆସୁଛି...। ୫୧ରୁ ୫୦ ଆଉ ଏବେ ୪୮ ହେଲେ । ବିଜେଡି କୁ କେବଳ ଜଗନ୍ନାଥ ହିଁ ଭରସା ବୋଲି କହିଛନ୍ତି ଏଲିନା ଦାଶ । ଦଳର ସର୍ବେସର୍ବା ଭିକେ ପାଣ୍ଡିଆନଙ୍କ ନାଁ ନନେଇ ବି ତାଙ୍କୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି ଏଲିନା ।
ଫେସବୁକରେ ଲେଖିଥିବା ପୋଷ୍ଟରେ ସେ ଉଲ୍ଲେଖ କରିଛନ୍ତି କି, କ୍ରୀତଦାସ ପାଇଁ ଆଜି ଓଡ଼ିଶା ସାରା ବିଜେଡି କର୍ମୀ ତୃଣମୂଳ ସ୍ତରରେ ହନ୍ତସନ୍ତ ହେଉଛନ୍ତି । ଏବେ ବି ଯଦି, ବିଧାୟକ ମାନେ ଏକ ନହୋଇ କ୍ରୀତଦାସତା କରିବେ ତାହେଲେ ଆଗାମୀ ଦିନରେ କାହାର କଣ ହେବ ତାହା କେବଳ ପ୍ରେସ୍ ରିଲିଜ୍ ଓ ଗଣମାଧ୍ୟମରୁ ହିଁ ଜାଣିବାକୁ ପାଇବେ କହି ସମାଲୋଚନା କରିଛନ୍ତି । ଖାଲି ସେତିକି ନୁହେଁ ବେଳ ଥାଉ ଥାଉ ସବୁ ଏକ ହୁଅନ୍ତୁ ବୋଲି ମଧ୍ୟ କହିଛନ୍ତି ।
ଖାଲି ଏଲିନା ନୁହଁନ୍ତି ଶ୍ରୀମୟୀ ବି ନିଜ ଚିରାଚରିତ ଢଙ୍ଗରେ ବିଜେଡିକୁ ପୁଣି ମାଡ଼ ମାରିଛନ୍ତି । ପିଲା ଛୋଟ ଥିବା ବେଳେ ବାପା ତା ସବୁ କଥାରେ ହଁ କୁହେଁ । ଗାଈକୁ ହାତୀ ବି କହି ଥାଏ କିନ୍ତୁ ପିଲା ବଡ଼ ହେବା ପରେ ଯଦି, ବାପା ପିଲାର ମିଛକୁ ସତ କହି ତା ହଁରେ ହଁ କୁହନ୍ତି ତାହେଲେ ଜନେ ହସନ୍ତି ବୋଲି ଲେଖିଛନ୍ତି ଶ୍ରୀମୟୀ ।



