ଶ୍ରୀମନ୍ଦିର ଭିତରେ ମୋବାଇଲ !
ପୁରୀ : ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ଉଠିଲା ପ୍ରଶ୍ନ । ମନ୍ଦିର ସୁରକ୍ଷାରେ ଗୁରୁତର ତ୍ରୁଟି । ଶ୍ରୀମନ୍ଦିର ଭିତରକୁ ପୁଣି ଥରେ ମୋବାଇଲ ନେଇ ପଶିଲେ ଶ୍ରଦ୍ଧାଳୁ । ଖାଲି ସେତିକି ନୁହେଁ,ଆନନ୍ଦ ବଜାର ଭିତରେ ବ୍ୟକ୍ତି ଜଣକ ଦୀର୍ଘ ସମୟ ଧରି ଗପୁଥିବାର ଭିଡିଓ ଭାଇରାଲ ହୋଇଛି । ଏହାକୁ ନେଇ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଗଭୀର ଅସନ୍ତୋଷ ଦେଖାଦେଇଛି । କୌଣସି ଶ୍ରଦ୍ଧାଳୁ ଶ୍ରୀମନ୍ଦିର ଭିତରକୁ ମୋବାଇଲ୍ ନେଇ ପ୍ରବେଶ କଲେ ତାଙ୍କୁ ଜରିମାନା ଆଦାୟ ନିୟମ ରହିଛି। ତେବେ ଅନେକ ସମୟରେ ବ୍ୟକ୍ତିମାନ ମୋବାଇଲ ଶ୍ରୀମନ୍ଦିରକୁ ନେଇ କଥାହେବା ସହ ଫଟୋ ଭିଡିଓ ଉତ୍ତୋଳନ କରୁଛନ୍ତି । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କଡା ପଦକ୍ଷେପ ନିଆଯାଉଥିବା କୁହାଯାଉଥିବା ବେଳେ ବାରମ୍ବାର କିନ୍ତୁ ଏଭଳି ବିଭ୍ରାଟ ଦେଖିବାକୁ ମିଳୁଛି । ତେବେ ଉକ୍ତ ବ୍ୟକ୍ତି ଗପୁଥିବାର ଫଟୋ କିଏ ଉଠାଇଛି ଏହା ମଧ୍ୟ ପ୍ରଶ୍ନବାଚୀ । ସିଂହଦ୍ୱାର ବାହାରୁ କେହି ଜଣେ ଭିଡିଓ କରିଥିବା ଅନୁମାନ କରାଯାଉଛି । ଏହି ଘଟଣାର ତଦନ୍ତ କରି କଡା କାର୍ଯ୍ୟାନୁଷ୍ଠାନ କରିବାକୁ ଶ୍ରଦ୍ଧାଳୁଙ୍କ ମହଲରୁ ଦାବି ହେଉଛି ।



