ଶେଷକୃତ୍ୟ କରିବାକୁ ଆସି ଶେଷ ହୋଇଗଲେ ଯୁବକ

ଶେଷକୃତ୍ୟ କରିବାକୁ ଆସି ଶେଷ ହୋଇଗଲେ ଯୁବକ

ପୁରୀ : ପୁରୀ ସ୍ୱର୍ଗଦ୍ୱାର ସାମ୍ନାରେ ବିଭତ୍ସ ହତ୍ୟାକାଣ୍ଡ । ଶବ ସତ୍କାର ପାଇଁ ଆସି ନିଜେ ଶବ ପାଲଟିଗଲେ ଯୁବକ । ମୃତକ ହେଲେ ଭଦ୍ରକ ବନ୍ତ ଥାନା ଅନ୍ତର୍ଗତ ଅପଣ୍ଡା ଗାଁର ଯୁବକ ରଞ୍ଜନ ଦାସ । ଗୁରୁବାର ବିଳମ୍ବିତ ରାତିରେ ପୁରୀ ସ୍ୱର୍ଗଦ୍ବାର ନିକଟ ଚୈତନ୍ୟ ଛକ ଠାରେ ଘଟିଛି ଏଭଳି ହତ୍ୟାକାଣ୍ଡ । ଜଣେ ସମ୍ପର୍କୀୟଙ୍କ ଶେଷକୃତ୍ୟ ପାଇଁ ପୁରୀ ଆସିଥିଲେ ରଞ୍ଜନ ।

ସମ୍ବନ୍ଧିତ ଖବର ଓଡ଼ିଆ ଅଭିନେତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାରେ ସ୍ୱାମୀଙ୍କୁ ଆଜୀବନ ଜେଲ

ଘଟନାନୁସାରେ, ରଞ୍ଜନ ଜଣେ ସମ୍ପର୍କୀୟଙ୍କ ଶେଷକୃତ୍ୟ କରିବାକୁ ସ୍ୱର୍ଗଦ୍ବାର ଆସିଥିଲେ । କ୍ରିୟା ସମ୍ପନ୍ନ କରି  ସ୍ବର୍ଗଦ୍ବାର ବାହାରକୁ ଆସିବା ପରେ ରଞ୍ଜନଙ୍କ ସହ ସ୍ଥାନୀୟ ଜଣେ ଯୁବକଙ୍କ ସହ ତାଙ୍କର ବଚସା ହୋଇଥିଲା । ପରେ ଉକ୍ତ ଯୁବକ ଜଣକ ଛୁରୀରେ ରଞ୍ଜନଙ୍କ ବେକ କାଟିଦେଇଥିଲେ । ତେବେ ତାଙ୍କୁ ରକ୍ଷାକରିବାକୁ ଆସି ରଞ୍ଜନଙ୍କ ସହିତ ଭଦ୍ରକରୁ ଆସିଥିବା ଅନ୍ୟଜଣେ ସମ୍ପର୍କୀୟ ମାନସ ନାୟକ ଗୁରୁତର ଆହତ ହୋଇଛନ୍ତି । ଆକ୍ରମଣରେ ଘଟଣାସ୍ଥଳରେ ହିଁ ରଞ୍ଜନଙ୍କ ମୃତ୍ୟୁ ହୋଇଯାଇଥିଲା । ଖବର ପାଇ ସାମୁଦ୍ରିକ ଥାନା ପୋଲିସ ପହଞ୍ଚି ଯୁବକଙ୍କୁ ଅଟକ ରଖି ତଦନ୍ତ ଚଳାଇଛି । ମୃତଦେହକୁ ଉଦ୍ଧାର କରି ପୁରୀ ହସ୍ପିଟାଲକୁ ପଠାଇଛି ପୋଲିସ ।    

ସମ୍ବନ୍ଧିତ ଖବର ପିସିଆର କର୍ମଚାରୀଙ୍କ ପାଇଁ ଲାଗୁହେଲା କଡାକଡି ନିୟମ

 

ସମ୍ବନ୍ଧିତ ଖବର ମେ' ରେ ବାହାରିବ ମାଟ୍ରିକ ପରୀକ୍ଷାଫଳ ଦେଲେ ବୋର୍ଡ ସଭାପତି

Tags: