ପରୀକ୍ଷା କିମ୍ବା ଚାକିରୀ ପାଇଁ NOC ବାଧ୍ୟତାମୂଳକ ନୁହେଁ

ପରୀକ୍ଷା କିମ୍ବା ଚାକିରୀ ପାଇଁ NOC ବାଧ୍ୟତାମୂଳକ ନୁହେଁ

ଭୁବନେଶ୍ୱର : ଏଣିକି ପରୀକ୍ଷା କିମ୍ବା ଚାକିରି ପାଇଁ ଆବେଦନ କରିବାକୁ ପଡ଼ିବନି NOC । ସରକାରୀ କର୍ମଚାରୀଙ୍କ ପାଇଁ ସ୍ଥାୟୀ ଅନୁମତି ଜାରି କଲେ ରାଜ୍ୟ ସରକାର । ସାଧାରଣ ପ୍ରଶାସନ ଓ ଅଭିଯୋଗ ବିଭାଗ ପକ୍ଷରୁ ଐତିହାସିକ ନିଷ୍ପତ୍ତି । ଏବେ ନିଜ କ୍ୟାରିୟରରେ ଉନ୍ନତି କରିପାରିବେ ସରକାରୀ କର୍ମଚାରୀ । ଚାକିରି ଆଶାୟୀ ସରକାରୀ କର୍ମଚାରୀଙ୍କୁ ବଡ ଆଶ୍ୱସ୍ତି ।

ସମ୍ବନ୍ଧିତ ଖବର ରାସ୍ତାରେ ଜଳିଗଲା ଆମ ବସ

GA &PG ବିଭାଗ ଅଧୀନରେ କାର୍ଯ୍ୟରତ ଅଧିକାରୀ ଓ କର୍ମଚାରୀମାନଙ୍କୁ ଅନ୍ୟତ୍ର ଚାକିରି ଆବେଦନ ପାଇଁ ବାରମ୍ବାର NOC ମାଗିବାକୁ ପଡ଼ିବ ନାହିଁ । ଏହି ନିର୍ଦ୍ଦେଶନାମା ବଳରେ କର୍ମଚାରୀମାନେ UPSC, OPSC, SSB, OSSC ଏବଂ OSSSC ଭଳି ବିଭିନ୍ନ ନିଯୁକ୍ତି ପରୀକ୍ଷା ପାଇଁ ସିଧାସଳଖ ଆବେଦନ କରିପାରିବେ । ପୂର୍ବରୁ ପ୍ରତିଟି ଆବେଦନ ପାଇଁ ପୃଥକ ଭାବେ NOC ନେବା ପ୍ରକ୍ରିୟା ବେଶ୍ ସମୟସାପେକ୍ଷ ଥିଲା।

ସମ୍ବନ୍ଧିତ ଖବର ପ୍ରଶାସନିକ କାର୍ଯ୍ୟରେ ବ୍ୟବହାର ହେବ ସ୍ବଦେଶୀ ଇ-ମେଲ

ନିୟମ ଅନୁଯାୟୀ ଆବେଦନକାରୀ ପରୀକ୍ଷା ଦେବାକୁ ଯିବା ପୂର୍ବରୁ ସଂପୃକ୍ତ କର୍ତ୍ତୃପକ୍ଷଙ୍କଠାରୁ ଛୁଟି ଏବଂ ହେଡକ୍ୱାର୍ଟର ଛାଡ଼ିବା ପାଇଁ ଅନୁମତି ନେବା ବାଧ୍ୟତାମୂଳକ । ଏଥିପାଇଁ ଆଡମିଟ୍ କାର୍ଡ ଦେଖାଇବାକୁ ପଡ଼ିବ । ନୂଆ ଚାକିରିରେ ଚୟନ ହେବା ପରେ, ବର୍ତ୍ତମାନର ପଦବୀରୁ ଅବ୍ୟାହତି ପାଇବା ପାଇଁ ବିଧିବଦ୍ଧ ଭାବେ ବିଭାଗର ଅନୁମତି ଲୋଡ଼ାହେବ। କିନ୍ତୁ ସରକାର ଚାହିଁଲେ କୌଣସି କର୍ମଚାରୀଙ୍କୁ ରିଲିଭ୍ କରିବାକୁ ଅଗ୍ରାହ୍ୟ ମଧ୍ୟ କରିପାରନ୍ତି। କର୍ମଚାରୀମାନେ ଚାହିଁଲେ ଏହି ସରକାରୀ ଚିଠିକୁ ବିଭିନ୍ନ ନିଯୁକ୍ତି ସଂସ୍ଥା କିମ୍ବା ଭବିଷ୍ୟତର ନିଯୁକ୍ତିଦାତାଙ୍କ ନିକଟରେ NOC ଭାବେ ଉପସ୍ଥାପନ କରିପାରିବେ। ଏହାଦ୍ୱାରା ସରକାରୀ କାର୍ଯ୍ୟାଳୟରେ ଫାଇଲ୍ କାମ କମିବା ସହ କର୍ମଚାରୀମାନଙ୍କର ସମୟ ବି ବଞ୍ଚିପାରିବ। ତେବେ ଏହି ସୁବିଧା ପାଇବା ସହିତ କର୍ମଚାରୀମାନଙ୍କୁ କିଛି ନିର୍ଦ୍ଦିଷ୍ଟ ନିୟମ ମାନିବାକୁ ପଡ଼ିବ। ପରୀକ୍ଷା ପାଇଁ ପ୍ରସ୍ତୁତି କିମ୍ବା ଆବେଦନ ସମୟରେ କୌଣସି କର୍ମଚାରୀ ନିଜ ସରକାରୀ ଦାୟିତ୍ୱରେ ଅବହେଳା କରିପାରିବେ ନାହିଁ।

ସମ୍ବନ୍ଧିତ ଖବର ଅନଲାଇନରେ ହୋଇପାରେ +୨ ଖାତା ଦେଖା

 

Tags: