ମକର ଚାଉଳ
By: Ipsita
ସମ୍ବନ୍ଧିତ ଖବର ପୁଣି ବୃଦ୍ଧି ହେଲା ସୁନା - ରୂପା ଦର
ସାମଗ୍ରୀ:
ବତୁରା ହୋଇଥିବା ଅରୁଆ ଚାଉଳ, କୋରା ନଡ଼ିଆ, ଗୁଡ଼, ଛେନା, ଖୀର ବା ଦହି, କଦଳୀ, କଟା ସେଓ, ଅଙ୍ଗୁର, ଡାଳିମ୍ବ , ଗୋଲମରିଚ ଗୁଣ୍ଡ , ଛେଚା ଅଦା, ଅଳେଇଚ ଗୁଣ୍ଡ , କାଜୁ, କିସମିସ ।
ସମ୍ବନ୍ଧିତ ଖବର ମାର୍ଚ୍ଚ ୧୪ ତାରିଖକୁ ଘୁଞ୍ଚିଲା ମହାନଦୀ ଜଳ ବିବାଦ ଶୁଣାଣି
ପ୍ରସ୍ତୁତି
ପ୍ରଥମେ ଭିଜା ଚାଉଳକୁ ଧୋଇ ଦିଅନ୍ତୁ । ଏହାକୁ ଅଧା-କୁଟା କରନ୍ତୁ କିମ୍ବା ଗୋଟା ମଧ୍ୟ ରଖିପାରିବେ । ଏହାପରେ ଏକ ବଡ଼ ପାତ୍ରରେ ଚାଉଳ, ପାଚିଲା କଦଳୀ, ଛେନା ଏବଂ ଗୁଡ଼ ପକାଇ ଭଲଭାବେ ହାତରେ ଚକଟି ଦିଅନ୍ତୁ । ଏବେ ଏଥିରେ କୋରା ନଡ଼ିଆ ଏବଂ କ୍ଷୀର ମିଶାନ୍ତୁ । ମିଶ୍ରଣଟି ଯେପରି ଅଧିକ ପତଳା ନହୁଏ, ସେଥିପ୍ରତି ଧ୍ୟାନ ଦେବେ । ଶେଷରେ ଏଥିରେ ସ୍ୱାଦ ବଢ଼ାଇବା ପାଇଁ ଛେଚା ଅଦା, ଗୋଲମରିଚ ଗୁଣ୍ଡ, କଟା ସେଓ, ଅଙ୍ଗୁର ଏବଂ କାଜୁ-କିସମିସ , ଅଳେଇଚ ଗୁଣ୍ଡ ମିଶାନ୍ତୁ ।
Tags: makara chaula bhoga



