ଦନ୍ତା ଆକ୍ରମଣରେ ଯୁବକଙ୍କ ମୃତ୍ୟୁ

ଦନ୍ତା ଆକ୍ରମଣରେ ଯୁବକଙ୍କ ମୃତ୍ୟୁ

ଖୋର୍ଦ୍ଧା : ଖୋର୍ଦ୍ଧା ଜିଲ୍ଲା ବେଗୁନିଆରେ ହାତୀ ଉପଦ୍ରଵ I ଦନ୍ତା ଆକ୍ରମଣରେ ଯୁବକଙ୍କ ମୃତ୍ୟୁ ଘଟିଛି I ଖୋର୍ଦ୍ଧା ଜିଲା ବେଗୁନିଆ ବ୍ଲକ ଭୂଆସୁଣି ପାଟଣା ସ୍କୁଲ ନିକଟରେ ଘଟିଛି ଅଘଟଣ I ମୃତକ ହେଲେ ପ୍ରିୟବ୍ରତ ପରିଡା । ଯୁବକଙ୍କୁ ଏକ ଦନ୍ତା ଦଳି ଦେଇଥିବା ସୂଚନା ମିଳିଛି । ଗତ ୩ ଦିନ ଧରି ସ୍କୁଲ ନିକଟରେ ୧୫ ଟିକିଆ ହାତୀ ପଲ ଜଗି ବସିଛନ୍ତି I ରାତିସାରା ଗାଁଭିତରକୁ ପଶି ଘରଦ୍ୱାର ଭାଙ୍ଗିବା ସହ ଚାଷଜମିରେ ଥିବା ଧାନ ଫସଲକୁ ଦଳି ନଷ୍ଟ କରୁଛନ୍ତି ହାତୀପଲ ।

ସମ୍ବନ୍ଧିତ ଖବର ଘରୋଇ ବସ ଧକ୍କାରେ ୩ ବାଇକ ଆରୋହୀ ମୃତ

ଆଜି ସକାଳେ ଗାଁ ଚାରିଜଣ ଯୁବକ  ଅନ୍ୟ ବାଟରେ ଯାଇ ହାତୀ ଦେଖୁଥିବା ବେଳେ ଜଣେ ଯୁବକଙ୍କୁ ହାତୀ ଦଳି ଦେଇଥିଲା। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିବା ବନପାଳ ସୂଚନା ଦେଇଛନ୍ତି।  ଘଟଣା ସ୍ଥଳରେ ଚାପା ଉତ୍ତୋଜନା ଦେଖିବାକୁ ମିଳିଥିବା ବେଳେ ବେଗୁନିଆ ପୋଲିସ ସହ ବନବିଭାଗ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଥିବା ଜଣାପଡିଛି। ହାତୀଟି ମାରିବା ପରେ ମଧ୍ୟ ସେଇ ସ୍ଥାନ ଛାଡି ଯାଇ ନାହିଁ।

ସମ୍ବନ୍ଧିତ ଖବର ଦିନିକିଆ ରିମାଣ୍ଡରେ ଗଲା ଅଭିଯୁକ୍ତ ଦୀପକ ରାଉତ

ଶୁକ୍ରବାର ସକାଳେ ହାତୀ ଉପଦ୍ରବକୁ ନିୟନ୍ତ୍ରଣ କରିବା ପାଇଁ ବନ ବିଭାଗ ପକ୍ଷରୁ ଦିନରେ ମାଇକ୍ ଯୋଗେ ଲୋକମାନଙ୍କୁ ସଚେତନ କରାଯାଉଥିବା ବେଳେ, ରାତିରେ ଡ୍ରୋନ କ୍ୟାମେରା ସାହାଯ୍ୟରେ ହାତୀମାନଙ୍କ ଗତିବିଧି ଉପରେ ନଜର ରଖାଯାଉଛି । 

ସମ୍ବନ୍ଧିତ ଖବର କୁହୁଡି ଯୋଗୁଁ ଭୁବନେଶ୍ୱରରୁ ୩ ବିମାନ ଉଡାଣ ବାତିଲ,୫ ବିଳମ୍ବ

Tags: