ହଲିଉଡରେ ଶାହରୁଖଙ୍କ କ୍ରେଜ

ହଲିଉଡରେ ଶାହରୁଖଙ୍କ କ୍ରେଜ
Ipsita Picture
By: Ipsita

 

ସମ୍ବନ୍ଧିତ ଖବର ଗାୟିକା ଅର୍ପିତା ଚୌଧୁରୀଙ୍କୁ ହାଇକୋର୍ଟରୁ ଅନ୍ତରୀଣ ସୁରକ୍ଷା

ବଲିଉଡର କିଙ୍ଗଖାନଙ୍କ କ୍ରେଜ ହଲିଉଡରେ ଦେଖିବାକୁ ମିଳିଛି । ତାଙ୍କ ସହିତ କାମ କରିବାକୁ ହଲିଉଡ ଷ୍ଟାର ଇଚ୍ଛା ପ୍ରକାଶ କରିଛନ୍ତି । ସୂଚନା  ଅନୁସାରେ ଓସ୍କାର ବିଜେତା ୱିଲ୍ ସ୍ମିଥ ଶାହରୁଖଙ୍କ ଫିଲ୍ମରେ କାମ କରିବାକୁ ଇଚ୍ଛା କରିଛନ୍ତି । ୱିଲ୍ ଏକ ଇଭେଣ୍ଟରେ ବଲିଉଡ ପାଇଁ ତାଙ୍କ ମନରେ ଥିବା ଭଲପାଇବା ସମ୍ପର୍କରେ ମନଖୋଲି କଥା ହୋଇଛନ୍ତି । ସେ ବଲିଉଡରେ କାମ କରିବାକୁ ଆଗ୍ରହୀ ଅଛନ୍ତି । ଏଥିପାଇଁ ସେ ଅମିତାଭ ବଚ୍ଚନ ଓ ସଲମାନ ଖାନଙ୍କ ସହିତ କଥା ମଧ୍ୟ ହୋଇଛନ୍ତି । ହେଲେ ଏଥିରେ ସେ କିଛି ସୁଫଳ ପାଇନଥିବା ପ୍ରକାଶ କରିଛନ୍ତି । ତେବେ ସେ ଶାହରୁଖ ଖାନ୍ଙ୍କର ଖୁବ ବଡ ଫ୍ୟାନ । ଶାହରୁଖ ତାଙ୍କୁ ନିଜ ଫିଲ୍ମରେ ନିଅନ୍ତୁ ବୋଲି ସେ ଏହି ସାକ୍ଷାତକାରରେ ପ୍ରକାଶ କରିଛନ୍ତି । ଫିଲ୍ମ କିଙ୍ଗ ରିଚାର୍ଡ ପାଇଁ ୱିଲ୍ଙ୍କୁ ୨୦୨୨ରେ ଓସ୍କାର ମିଳିଥିଲା । ସେହିଭଳି ୨୦୧୯ରେ ଟାଇଗର ସ୍ରଫ, ଅନନ୍ୟା ପାଣ୍ଡେ ଓ ତାରା ସୁତରିଆଙ୍କ ସହିତ ୱିଲ୍ ଷ୍ଟୁଡେଣ୍ଟ ଅଫ ଦି ଇୟର ୨ରେ କେମିଓରେ ନଜର ଆସିଥିଲେ ।

ସମ୍ବନ୍ଧିତ ଖବର ବନ୍ଧା ହେବେ ନିଶା ମହାରଣା !

Tags:

Related Posts