ସ୍ବପ୍ନ ହେଲା ସତ

ସ୍ବପ୍ନ ହେଲା ସତ
Ipsita Picture
By: Ipsita

 

ସମ୍ବନ୍ଧିତ ଖବର ମଞ୍ଚ ଛାଡିବିନି - ପିୟୁଷ

ଗତ ବର୍ଷ କୁମ୍ଭମେଳାରେ ଜଣେ ଯୁବତୀ ଖୁବ ଭାଇରାଲ ହୋଇଥିଲେ, ତାଙ୍କ ନାଁ ଥିଲା ମୋନାଲିସା । କୁମ୍ଭମେଳାରେ ରୁଦ୍ରାକ୍ଷ ମାଳି ବିକ୍ରି କରୁଥିବା ସମୟରେ ଏହି ମହିଳାଙ୍କ ଫଟୋ ସୋସିଆଲ ମିଡିଆରେ ଘୁରି ବୁଲିଥିଲା । ଏହାପରେ ସେ ସେଲିବ୍ରିଟି ପାଲଟିଯାଇଥିଲେ । ହେଲେ ଏହି ଭାଇରାଲ ଫଟୋ ତାଙ୍କର ଭାଗ୍ୟ ବଦଳାଇ ଦେଇଥିଲା । ବର୍ତ୍ତମାନ ସେ ଆଉ ରୁଦ୍ରାକ୍ଷ ବିକାଳି ନୁହେଁ ବରଂ ଅଭିନେତ୍ରୀ ପାଲଟି ଯାଇଛନ୍ତି । ଖୁବଶୀଘ୍ର ତାଙ୍କୁ ଦର୍ଶକ ପରଦାରେ ଦେଖିବାକୁ ପାଇବେ । ବର୍ତ୍ତମାନ ସେ ନିଜର ଫିଲ୍ମର ସୁଟିଂ ଜାରି ରଖିଛନ୍ତି । ତାଙ୍କୁ ଆଗକୁ ଫିଲ୍ମ ଦି ଡାଏରୀ ଅଫ ମଣିପୁରରେ ଦେଖିବାକୁ ମିଳିବ । ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ବ ସନୋଜ ମିଶ୍ର ନେଇଥିବାବେଳେ ଫିଲ୍ମଟିର କାହାଣୀ ଏକ ସମ୍ବେଦନଶୀଳ ସାମାଜିକ ବିଷୟବସ୍ତୁକୁ ନେଇ ଗତିଶୀଳ । କାହାଣୀରେ ଜଣେ ଯୁବତୀର ସଂଘର୍ଷକୁ ନିର୍ଦ୍ଦେଶକ ଦର୍ଶାଇବାକୁ ଚାହିଁଛନ୍ତି । ଫିଲ୍ମଟି ୨୦୨୬ରେ ରିଲିଜ ହେବାପାଇଁ ଯୋଜନା ରହିଛି । ଏହାରି ଭିତରେ ମୋନାଲିସା ମନଖୋଲି ଗଣମାଧ୍ୟମରେ କଥା ହୋଇଛନ୍ତି । ସେ ଏବେ ମଧ୍ୟ ସେହି ମୋନାଲିସା ଅଛନ୍ତି ବଦଳି ନାହାନ୍ତି ବୋଲି ମତ ରଖିଛନ୍ତି ମୋନାଲିସା । ଏବେ ବି ତାଙ୍କର ସମ୍ପର୍କ ନିଜ ଗାଁ ଲୋକଙ୍କ ସହିତ ପୂର୍ବ ପରି ହିଁ ରହିଛି । ସେ ପରିଶ୍ରମ କରି ଅର୍ଥ ଉପାର୍ଜନ କରିବାକୁ ଚାହାଁନ୍ତି ଯାହାକୁ ବ୍ୟବହାର କରି ସେ ନିଜ ଗାଁରେ ଏକ ସ୍କୁଲର ନିର୍ମାଣ କରିବେ ବୋଲି କହିଛନ୍ତି । ଆଗକୁ ସେ ଖୁବ ପରିଶ୍ରମ କରି ସଫଳତାକୁ ହାସଲ କରିବେ ବୋଲି ମୋନାଲିସ ମତ ଦେଇଛନ୍ତି । ସୋସିଆଲ ମିଡିଆରେ ସମସ୍ତେ ତାଙ୍କର ପ୍ରଶଂସା କରୁଥିବା ଦେଖିବାକୁ ମିଳୁଛି । ବର୍ତ୍ତମାନ ଦେଖିବାକୁ ବାକି ରହିଲା ଲୋକମାନେ ତାଙ୍କର ଅଭିନୟକୁ ପସନ୍ଦ କରୁଛନ୍ତି କି ନାହିଁ ।

ସମ୍ବନ୍ଧିତ ଖବର ଖ୍ରିଷ୍ଟାଲଙ୍କ ସମର୍ଥନ

Tags: