ଅଯୋଗ୍ୟ ଅଧ୍ୟାପକଙ୍କୁ ବାଧ୍ୟତାମୂଳକ ଅବସର

ଅଯୋଗ୍ୟ ଅଧ୍ୟାପକଙ୍କୁ ବାଧ୍ୟତାମୂଳକ ଅବସର
Samaya Live News Picture
Published On

ଭୁବନେଶ୍ୱର : ବିଦା ହେବେ ଅଯୋଗ୍ୟ ( ନନ୍ ପରଫର୍ମିଂ) କଲେଜ ଅଧ୍ୟାପକ । ରାଜ୍ୟ ସରକାର ଦେବେ ବାଧ୍ୟତାମୂଳକ ଅବସର । ଉଚ୍ଚଶିକ୍ଷା ବିଭାଗ ଅଧୀନରେ କାର୍ଯ୍ୟରତ ଅଧ୍ୟାପକଙ୍କୁ ସରକାର ଚିହ୍ନଟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟର ସବୁ ବିଶ୍ଵ ବିଦ୍ୟାଳୟର ରେଜିଷ୍ଟ୍ରାର, ସରକାରୀ ଡିଗ୍ରୀ କଲେଜର ପ୍ରିନ୍ସିପାଲ, ସରକାରୀ ଶିକ୍ଷଣ ତାଲିମ ଶିକ୍ଷାନୁଷ୍ଠାନର ପ୍ରିନ୍ସିପାଲ ଓ ସମସ୍ତ ଉଚ୍ଚ ମାଧ୍ୟମିକ ସ୍କୁଲର ପ୍ରିନ୍ସିପାଲ ମାନଙ୍କୁ ଚିଠି ଲେଖିଲା ଉଚ୍ଚ ଶିକ୍ଷା ବିଭାଗ । କାର୍ଯ୍ୟଦକ୍ଷତା ଓ ଆଚରଣ ଯାଞ୍ଚ ପାଇଁ ଉଚ୍ଚଶିକ୍ଷା ବିଭାଗର କଡ଼ା ନିର୍ଦ୍ଦେଶନାମା। ଜାନୁଆରୀ ୩୧ ସୁଦ୍ଧା ରିପୋର୍ଟ ଦାଖଲ ପାଇଁ କଲେଜ କର୍ତ୍ତୃପକ୍ଷଙ୍କୁ ଚିଠି ଲେଖାଯାଇଛି। ଶିକ୍ଷା ମାନଦଣ୍ଡରେ ଉନ୍ନତି ସହ କାର୍ଯ୍ୟଶୈଳୀର ସମୀକ୍ଷା ପାଇଁ ଏହି ପଦକ୍ଷେପ ନିଆଯାଇଛି।

 

Tags: