ଉଦ୍ଧାର ହେଲା ବିକ୍ରି ହୋଇଥିବା ଶିଶୁକନ୍ୟା

ଉଦ୍ଧାର ହେଲା ବିକ୍ରି ହୋଇଥିବା ଶିଶୁକନ୍ୟା

ଭଦ୍ରକ : ମାସକ ଶିଶୁକନ୍ୟାକୁ ବିକ୍ରି ଘଟଣା । କଟକରୁ ଜଣେ ସମ୍ପର୍କୀୟଙ୍କ ଘରୁ ଶିଶୁକନ୍ୟାକୁ ଉଦ୍ଧାର କରିଛି ଭଦ୍ରକ ପୋଲିସ । ଶିଶୁକନ୍ୟାକୁ ଉଦ୍ଧାର କରି ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ପୁଅ ଓ ବହୁ ମିଶି ଶିଶୁ କନ୍ୟାକୁ ବିକ୍ରି କରିଦେଇଥିବା ନେଇ ଗତକାଲି ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନାରେ ଅଭିଯୋଗ କରିଥିଲେ ଜେଜେମା। ତେବେ ଆର୍ଥିକ ଅନଟନରୁ ଏକ ମାସର ଶିଶୁକନ୍ୟାକୁ ୩୫ ହଜାର ଟଙ୍କାରେ ବାପା ବିକ୍ରି କରି ଦେଇଥିବା ଜଣାପଡିଛି । ଏଭଳି ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ବୟାବନପୁର ଗାଁ ରେ । 

ସମ୍ବନ୍ଧିତ ଖବର IIT କ୍ୟାମ୍ପସ ପରିସରରେ ଦୁର୍ଘଟଣା ଘଟି ଛାତ୍ରଙ୍କ ମୃତ୍ୟୁ

ସୂଚନାନୁସାରେ,ଗତକାଲି ଭଣ୍ଡାରିପୋଖରୀ ଥାନାରେ ଅଭିଯୋଗ କରିଥିଲେ ଶିଶୁକନ୍ୟାର ଜେଜେମା I ଅଭିଯୋଗ ଅନୁସାରେ, ମେଡିକାଲ ନେବାକୁ କହି ଗତ ୧୨ ତାରିଖ ଦିନ ମାସକର ନାତୁଣୀକୁ ନେଇ ପୁଅ ସିପୁ ଦାସ ଓ ବହୁ ଯାଇଥିଲେ। ତେବେ ସେମାନେ ଫେରିବା ବେଳେ ତାଙ୍କ ସହିତ ନାତୁଣୀକୁ ନଦେଖି ଜେଜେମା' ଉଭୟଙ୍କୁ ପଚାରିବାରୁ ପୁଅ ବୋହୁ ପାଟିତୁଣ୍ଡ କରିଥିଲେ । ନାତୁଣୀକୁ ବିକ୍ରି କିମ୍ବା ମାରି ଦେଇଥିବା ନେଇ ଜେଜେମା ଭଣ୍ଡାରିପୋଖରୀ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ପୋଲିସ ଘଟଣାର ତଦନ୍ତ କରିବା ସହିତ କଟକରୁ ଶିଶୁ କନ୍ୟାକୁ ଉଦ୍ଧାର କରିଥିବା ଓ ଶିଶୁ କନ୍ୟାକୁ ସିଡ଼ବ୍ଲ୍ୟୁସିକୁ ହସ୍ତାନ୍ତର କରିଥିବା ସୂଚନା ମିଳିଛି। ଘଟଣାର ଅଧିକ ଯାଞ୍ଚ କରୁଛି ପୋଲିସ । ତେବେ ଏନେଇ ମହିଳାଙ୍କ ସ୍ଵାମୀଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ । ପ୍ରଥମେ ନବଜାତ ଶିଶୁକୁ ବିକ୍ରି ଓ ଏବେ ପୋଲିସ ଉଦ୍ଧାର କରିବା ଶିଶୁ କନ୍ୟା କେଉଁଠି ରହିବ ସେ ନେଇ ସିଡବ୍ଲୁସି ନିଷ୍ପତ୍ତି ନେବ ।

ସମ୍ବନ୍ଧିତ ଖବର  ଚିପ୍ସ ପ୍ୟାକେଟ ଛଡାଇନେଲା ଶିଶୁର ଆଖି

 

ସମ୍ବନ୍ଧିତ ଖବର ପ୍ରତି ମାସରେ ଜିଲ୍ଲା ସ୍ତରୀୟ ସମୀକ୍ଷା କରିବେ ମୁଖ୍ୟଶାସନ ସଚିବ ଅନୁ ଗର୍ଗ

Tags: