ଶ୍ରୀଲିଙ୍ଗରାଜଙ୍କ ନୀତିକାନ୍ତି ବନ୍ଦ ରଖିବାକୁ ନେଇ ଥାନାରେ ଏତଲା

ଶ୍ରୀଲିଙ୍ଗରାଜଙ୍କ ନୀତିକାନ୍ତି ବନ୍ଦ ରଖିବାକୁ ନେଇ ଥାନାରେ ଏତଲା

ଭୁବନେଶ୍ବର: ଥାନାରେ ପହଞ୍ଚିଲା ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ନୀତିକାନ୍ତି ବନ୍ଦ ରଖିବା ପ୍ରସଙ୍ଗ I ଲିଙ୍ଗରାଜ ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ରୁଦ୍ର ନାରାୟଣ ମହାନ୍ତିଙ୍କ ନାଁରେ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ପୁରୁଣା ଭୁବନେଶ୍ୱର ଡାକବଙ୍ଗଳା ନିବାସୀ ଅମରେନ୍ଦ୍ର ଗରାବଡୁ । ଏହାସହ ଗୃହ ବିଭାଗ ପ୍ରମୁଖ ଶାସନ ସଚିବ, ପୁଲିସ ମହାନିର୍ଦ୍ଦେଶକ, କମିସନରେଟ୍‌ ପୁଲିସ ଆୟୁକ୍ତ ଓ ଉପାୟୁକ୍ତଙ୍କୁ ଅଭିଯୋଗ କରାଯାଇଛି । ମକର ସଂକ୍ରାନ୍ତିରେ ଦିଅଁଙ୍କୁ ଅପୂଜା ଓ ଉପବାସ ରଖିବା ଘଟଣାରେ ଲିଙ୍ଗରାଜ ଥାନାରେ ଏତଲା ହୋଇଛି ।

ସମ୍ବନ୍ଧିତ ଖବର IIT କ୍ୟାମ୍ପସ ପରିସରରେ ଦୁର୍ଘଟଣା ଘଟି ଛାତ୍ରଙ୍କ ମୃତ୍ୟୁ

ଏତଲାକାରି ଅମରେନ୍ଦ୍ର ଗରାବଡୁ ଅଭିଯୋଗରେ ଦର୍ଶାଇଛନ୍ତି ଯେ ଗତ ୧୩ ତାରିଖ ସନ୍ଧ୍ୟାରୁ ୧୫ ତାରିଖ ସକାଳ ୬ଟା ପର୍ଯ୍ୟନ୍ତ ହିନ୍ଦୁ ସମାଜର ଆରାଧ୍ୟ ଦେବତା ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କୁ ଭୋଗ ଉପବାସରେ ରଖାଯିବାକୁ ନେଇ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଗଭୀର ଅସନ୍ତୋଷ ଦେଖାଦେଇଥିଲା । ଏହାପର ମଧ୍ୟ ମନ୍ଦିର କର୍ତୃପକ୍ଷ ସମସ୍ୟାର ସମାଧାନ କରିନଥିବାରୁ କ୍ଷୋଭ ପ୍ରକାଶ କରିଛନ୍ତି । ଅଭିଯୋଗ ମିଳିବା ପରେ ଷ୍ଟେସନ ଡାଇରୀ କରାଯାଇଥିବା ଲିଙ୍ଗରାଜ ଥାନା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି ।

ସମ୍ବନ୍ଧିତ ଖବର ରଥଯାତ୍ରା ପାଇଁ ଆଗୁଆ ପ୍ରସ୍ତୁତି

 

ସମ୍ବନ୍ଧିତ ଖବର ପ୍ରତି ମାସରେ ଜିଲ୍ଲା ସ୍ତରୀୟ ସମୀକ୍ଷା କରିବେ ମୁଖ୍ୟଶାସନ ସଚିବ ଅନୁ ଗର୍ଗ

 

 

Tags: