ଆଇଏସଏସ ରୁ ଫେରିଲେ ୪ ମହାକାଶଚାରୀ
ନୂଆଦିଲ୍ଲୀ : ଆନ୍ତର୍ଜାତିକ ସ୍ପେଶ ଷ୍ଟେସନ (ଆଇଏସ୍ଏସ୍)ରୁ ଫେରିଲେ ୪ ମହାକାଶଚାରୀ I ସ୍ୱାସ୍ଥ୍ୟଗତ କାରଣରୁ ଫେରାଇଆଣିଲା ନାସା I ନିର୍ଦ୍ଦ୍ଧାରିତ ସମୟର ଏକ ମାସ ପୂର୍ବରୁ ଫେରିଛନ୍ତି ମହାକାଶଚାରୀ I ଜଣେ ମହାକାଶଚାରୀଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହେବାପରେ ନାସାକୁ ଏହାର କ୍ରୁ-୧୧ ମିଶନ ନିର୍ଦ୍ଧାରିତ ସମୟ ପୂର୍ବରୁ ଶେଷ କରିବାକୁ ପଡ଼ିଛି । ନାସା ଏହି ମିଶନରେ ସାମିଲ ସମସ୍ତ ଚାରି ମହାକାଶଚାରୀଙ୍କୁ ଭୂପୃଷ୍ଠକୁ ଫେରାଇ ଆଣିବାକୁ ନିଷ୍ପତ୍ତି ନେଇଛି । ଆଇଏସ୍ଏସରେ ୨୫ ବର୍ଷ ଇତିହାସରେ ପ୍ରଥମ ଥର ଏପରି ଜରୁରୀକାଳୀନ ପ୍ରତ୍ୟାବର୍ତ୍ତନ କରାଯାଇଛି ।
ଗୁରୁବାର ଭୋରରୁ ଅନ୍ତର୍ଜାତୀୟ ମହାକାଶ ଷ୍ଟେସନ (ISS)ରୁ ସଫଳ ଅନଡକିଂ ପରେ, ନାସା ସ୍ପେସଏକ୍ସ କ୍ରୁ-୧୧ ମିଶନ ବର୍ତ୍ତମାନ ପୃଥିବୀ ଆଡକୁ ଦ୍ରୁତ ଗତିରେ ଫେରୁଛି । ସ୍ୱାସ୍ଥ୍ୟଗତ କାରଣରୁ ପ୍ରଥମ ଥର ପାଇଁ ନାସା ଏହି ପ୍ରତ୍ୟାବର୍ତ୍ତନ କରିଛି । ଏହି ଟିମରେ ନାସାର ମହାକାଶଚାରୀ ଜେନା କାର୍ଡ଼ମାନ୍ ଓ ମାଇକ୍ ଫିଙ୍କେ ଓ ଜାକ୍ସାର କିମିୟା ୟୁଇ ଓ ରୋସ୍କସ୍ମସ୍ ମହାକାଶଚାରୀ ଓଲେଗ୍ ପ୍ଲାଟୋନଭ୍ ଅଛନ୍ତି ।
ମହାକାଶଚାରୀମାନେ ଭାରତୀୟ ସମୟ ଅନୁଯାୟୀ ଗୁରୁବାର ଅପରାହ୍ଣ ୨ଟା ୧୧ ମିନିଟରେ କାଲିଫର୍ଣ୍ଣିଆ ଉପକୂଳରେ ଅବତରଣ କରିବେ । ଅସୁସ୍ଥ ମହାକାଶଚାରୀଙ୍କ ଅବସ୍ଥା ଏବେ ସ୍ଥିର ଅଛି ।
ସ୍ପେଶ୍ ଏଜେନ୍ସିର ବରିଷ୍ଠ ଅଧିକାରୀଙ୍କ ସୂଚନାନୁଯାୟୀ ଅର୍ବିଟିଂ ଲାବେରଟେରୀର ୨୫ ବର୍ଷର ଇତିହାସରେ ଏହା ପ୍ରଥମ ଜରୁରୀକାଳୀନ ପ୍ରତ୍ୟାବର୍ତ୍ତନ । ଏହି ଘଟଣା ସ୍ପେଶ ମିସନର ଚାଲେଞ୍ଜକୁ ପୁଣି ଥରେ ସାମ୍ନାକୁ ଆଣିଛି । ନାସା ପ୍ରଶାସନ ଜେରେଡ ଆଇଜାକ୍ମ୍ୟାନ ଗୁରୁବାର ୱାସିଂଟନରେ ଏକ ସାମ୍ବାଦିକ ସମ୍ମିଳନୀରେକ୍ରୁ ମେମ୍ବରଙ୍କୁ ମେଡିକାଲ ଏମରଜେନ୍ସିରେ ଫେରାଇ ଅଣାଯାଉଥିବା କଥା ଘୋଷଣା କରିଥିଲେ ।



