ଲୋକସେବା ଭବନରେ ରିଲ୍ସ,,ଆସିବ ଗାଇଡଲାଇନ

ଲୋକସେବା ଭବନରେ ରିଲ୍ସ,,ଆସିବ ଗାଇଡଲାଇନ

ଭୁବନେଶ୍ୱର : ଲୋକସେବା ଭବନ ପରିସରରେ ହୋଇପାରିବ ନାହିଁ ରିଲ୍ସ ତିଆରି I ଏଥିପାଇଁ  ଗାଇଡ୍‌ଲାଇନ୍‌ ଆଣିବ ଗୃହ ବିଭାଗ। ଏନେଇ ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ଲୋକସେବା ଭବନରେ କାର୍ଯ୍ୟ କରୁଥିବା ବ୍ୟକ୍ତି ହୁଅନ୍ତୁ କି ବାହାର ଲୋକ, ସେଠାରେ ରିଲ୍ସ କରିବାର କୌଣସି ଅବକାଶ ନାହିଁ ବୋଲି ମନ୍ତ୍ରୀ କହିଛନ୍ତି ।

ସମ୍ବନ୍ଧିତ ଖବର ଟ୍ୱିନ ସିଟିରେ ଲାଗିଲା କଟକଣା

ଗତକାଲି ନୂଆବର୍ଷ ଅବସରରେ ଲୋକସବା ଭବନର ବିଭିନ୍ନ ଅଧିକାରୀ ମାନେ ରିଲ୍ସ କରୁଥିବା ନଜର ଆସିଥିଲା । ଅଧିକାରୀମାନେ ସଜାଗ ହେବା କଥା, ସୁରକ୍ଷା ଦାୟିତ୍ୱରେ ଥିବା ଅଧିକାରୀମାନେ ମଧ୍ୟ ଏହା ଉପର ନଜ ଦିଅନ୍ତୁ ବୋଲି ମନ୍ତ୍ରୀ କହିଛନ୍ତି । ଆଗକୁ ଗୃହ ବିଭାଗ ଲୋକସେବା ଭବନ ସୁରକ୍ଷାକର୍ମୀଙ୍କୁ ଏ ବାବଦରେ କଡ଼ା ତାଗିଦ କରିବ। ରିଲ୍ସ ହେଉଥିଲେ ଲୋକସେବା ଭବନ ସୁରକ୍ଷାକର୍ମୀ ଓ ପୋଲିସ ତୁରନ୍ତ ପଦକ୍ଷେପ ନେବେ। ଲୋକସେବା ଭବନରେ ରିଲ୍ସ ମୋ’ ନଜରକୁ ଆସି ନ ଥିବା ପ୍ରତିକ୍ରିୟାରେ କହିଛନ୍ତି ମନ୍ତ୍ରୀ ।

ସମ୍ବନ୍ଧିତ ଖବର ମାଲବାହୀ ଟ୍ରେନ ଲାଇନଚ୍ୟୁତ

Tags: