କୁକୁରଙ୍କ ପାଇଁ ମନ୍ଦିର
କର୍ଣ୍ଣାଟକର ରାମନଗର ଜିଲ୍ଲାର ଏକ ମନ୍ଦିର ବର୍ତ୍ତମାନ ଖୁବ ଚର୍ଚ୍ଚାରେ ରହିଛି । ସ୍ଥାନୀୟ ଏକ ଗ୍ରାମରେ ଗୋଟିଏ ମନ୍ଦିର ରହିଛି ଯେଉଁଠାରେ ଭଗବାନଙ୍କ ବଦଳରେ କୁକୁରକୁ ପୂଜା କରାଯାଉଛି । ଏହା ପଛରେ ଗ୍ରାମବାସୀଙ୍କର ଏକ ବିଶ୍ବାସ ରହିଛି । ଗ୍ରାମବାସୀଙ୍କ ବିଶ୍ବାସ ଅନୁସାରେ ଏହି କୁକୁରମାନେ ତାଙ୍କ ଗାଁର ରକ୍ଷା କରିଥାଆନ୍ତି ତେଣୁ ଏମାନଙ୍କୁ ପୂଜା କରିବାର ଆବଶ୍ୟକତା ରହିଛି । ସ୍ଥାନୀୟ ଲୋକଙ୍କ ମତରେ ଅନେକ ବର୍ଷପୂର୍ବେ ଗ୍ରାମର ଏକ ବିଶ୍ବସ୍ତ କୁକୁରର ମୃତ୍ୟୁ ହୋଇଯାଇଥିଲା । ଗାଁ ଲୋକ ଉକ୍ତ କୁକୁରର ମୃତ ଦେହକୁ ଗୋଟିଏ ସ୍ଥାନରେ ପୋତି ଏଠାରେ ଏକ ପଥର ରଖିଦେଇଥିଲେ । ଯାହାପରେ ସୁଖ ସମୃଦ୍ଧି ବଢିବାରେ ଲାଗିଥିଲା । ତେଣୁ ଲୋକଙ୍କ ବିଶ୍ବାସ ଏହି କୁକୁର ଗାଁକୁ ରକ୍ଷା କରିବା ସହିତ ଗ୍ରାମବାସୀଙ୍କ ସୁଖ ସମୃଦ୍ଧି ବୃଦ୍ଧି କରୁଛି । ସେହିଭଳି କିଛି ଗାଁ ଲୋକଙ୍କୁ ସ୍ବପ୍ନାଦେଶ ହେବାପରେ ଏହି ମନ୍ଦିରରେ କୁକୁରଙ୍କର ମୂର୍ତ୍ତି ସ୍ଥାପନା କରାଯାଇ ପୂଜା କରାଯାଉଛି । ବର୍ତ୍ତମାନ କେବଳ ଏହି ଗ୍ରାମବାସୀ ନୁହେଁ ଗାଁ ବାହାରୁ ମଧ୍ୟ ଅନେକ ଲୋକ ଏଠାକୁ ମନ୍ଦିରର ଦର୍ଶନ କରିବାକୁ ଆସୁଛନ୍ତି ।



