ମହିଳାଙ୍କୁ ପଥରରେ ଛେଚି ହତ୍ୟା
By: Samaya Live News
ସୁନ୍ଦରଗଡ଼ : ମହିଳାଙ୍କୁ ପଥରରେ ଛେଚି ହତ୍ୟା । ସୁନ୍ଦରଗଡ଼ ଟାଉନ ଥାନା ଶଙ୍କରା ଗଉଡ଼ପଡ଼ା ପୋଖରୀ ନିଟକଟରୁ ଉଦ୍ଧାର ହୋଇଛି ମୃତଦେହ । ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇଁ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଛି । ମୃତ ମହିଳାଙ୍କ ନାମ ଗୁରୁବାରୀ ମାଝୀ ଓ ସ୍ୱାମୀ ଗୋପାଳ ଲାକ୍ରା ବୋଲି ଜଣାପଡିଛି । ମହିଳାଙ୍କୁ କେହି ଦୁର୍ବୁତ୍ତ ପଥରରେ ଛେଚି ହତ୍ୟା କରିଥିବା ସନ୍ଦେହ କରାଯାଉଛି। ତାଙ୍କ ମୁହଁ ଓ ଶରୀର ଅନେକ ସ୍ଥାନରେ ଗଭୀର କ୍ଷତ ରହିଛି । ଘଟଣାର ତଦନ୍ତ ଜାରି ରଖିଛି ପୋଲିସ ।
ସମ୍ବନ୍ଧିତ ଖବର ଝାରସୁଗୁଡା ଜିଲ୍ଲା ରେଳଷ୍ଟେସନରେ ନିଆଁ
Tags:



