ଗାୟିକା ଅର୍ପିତା ଚୌଧୁରୀଙ୍କୁ ହାଇକୋର୍ଟରୁ ଅନ୍ତରୀଣ ସୁରକ୍ଷା
By: Samaya Live News
ଭୁବନେଶ୍ୱର : ପ୍ରସିଦ୍ଧ କଣ୍ଠଶିଳ୍ପୀ ହ୍ୟୁମାନ ସାଗର ମୃତ୍ୟୁ ମାମଲା । ଆଗୁଆ ଜାମିନ ଆବେଦନ କରିଥିବା ହ୍ୟୁମାନଙ୍କ ସହ ଗାୟିକା ଅର୍ପିତା ଚୌଧୁରୀ ଏବଂ ସୋମେଶ ଶତପଥୀଙ୍କୁ ହାଇକୋର୍ଟରୁ ମିଳିଛି ଅନ୍ତରୀଣ ସୁରକ୍ଷା । ସୋମେଶ ଓ ଅର୍ପିତାଙ୍କ ତରଫରୁ ରୁଜୁ ହୋିଥିବା ଆଗୁଆ ଜାମିନ ଆବେଦନର ହାଇକୋର୍ଟ ପ୍ରାରମ୍ଭିକ ଶୁଣାଣି କରି ରାଜ୍ୟ ସରକାରଙ୍କୁ କେସ୍ ଡାଏରି ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ହ୍ୟୁମାନ ସାଗରଙ୍କ ମା' ଶେଫାଳି ସୁନାଙ୍କୁ ହାଇକୋର୍ଟ ନୋଟିସ ଦେଇଛନ୍ତି ଇ କେଶ ର ପରବର୍ତ୍ତୀ ଶୁଣାଣି ଫେବୃଆରୀ ୧୬ ତାରିଖରେ ହେବ ।
ସମ୍ବନ୍ଧିତ ଖବର ଠକେଇ ଅଭିଯୋଗରେ ଇ-କମର୍ସ କମ୍ପାନୀକୁ ଜୋରିମାନା
ମାମଲାର ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ମର୍କତନଗର ପୋଲିସ ଆବେଦନକାରୀଙ୍କୁ ହେପାଜତକୁ ନନେବାକୁ ହାଇକୋର୍ଟ ଅନ୍ତରୀଣ ନିର୍ଦ୍ଦେଶ ଦେଇଛନ୍ତି। ହ୍ୟୁମାନଙ୍କ ମା’ ଶେଫାଳି ସୁନାଙ୍କ ଅଭିଯୋଗକୁ ଆଧାର କରି ମର୍କତନଗର ଥାନାରେ ଡିସେମ୍ବର ୨୧ରେ ସୋମେଶ, ଅର୍ପିତାଙ୍କ ସମେତ ୯ ଜଣଙ୍କ ବିରୋଧରେ ପୋଲିସ ମାମଲା ରୁଜୁ କରିଥିଲା।
ସମ୍ବନ୍ଧିତ ଖବର ୨୫୦ ଟି ଆମ୍ବୁଲାନ୍ସ ସେବାର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
ସମ୍ବନ୍ଧିତ ଖବର ବକେୟା ଚାଲାଣ ପୈଠ ନକଲେ ହୋଇପାରିବନି PUCC
Tags:



