ଗାୟିକା ଅର୍ପିତା ଚୌଧୁରୀଙ୍କୁ ହାଇକୋର୍ଟରୁ ଅନ୍ତରୀଣ ସୁରକ୍ଷା

ଗାୟିକା ଅର୍ପିତା ଚୌଧୁରୀଙ୍କୁ ହାଇକୋର୍ଟରୁ ଅନ୍ତରୀଣ ସୁରକ୍ଷା

ଭୁବନେଶ୍ୱର : ପ୍ରସିଦ୍ଧ କଣ୍ଠଶିଳ୍ପୀ ହ୍ୟୁମାନ ସାଗର ମୃତ୍ୟୁ ମାମଲା ।  ଆଗୁଆ ଜାମିନ ଆବେଦନ କରିଥିବା ହ୍ୟୁମାନଙ୍କ ସହ ଗାୟିକା ଅର୍ପିତା ଚୌଧୁରୀ ଏବଂ ସୋମେଶ ଶତପଥୀଙ୍କୁ ହାଇକୋର୍ଟରୁ ମିଳିଛି ଅନ୍ତରୀଣ ସୁରକ୍ଷା ।  ସୋମେଶ ଓ ଅର୍ପିତାଙ୍କ ତରଫରୁ ରୁଜୁ ହୋିଥିବା ଆଗୁଆ ଜାମିନ ଆବେଦନର ହାଇକୋର୍ଟ ପ୍ରାରମ୍ଭିକ ଶୁଣାଣି କରି ରାଜ୍ୟ ସରକାରଙ୍କୁ କେସ୍ ଡାଏରି ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ହ୍ୟୁମାନ ସାଗରଙ୍କ ମା' ଶେଫାଳି ସୁନାଙ୍କୁ ହାଇକୋର୍ଟ ନୋଟିସ ଦେଇଛନ୍ତି ଇ କେଶ ର ପରବର୍ତ୍ତୀ ଶୁଣାଣି ଫେବୃଆରୀ ୧୬ ତାରିଖରେ ହେବ । 

ସମ୍ବନ୍ଧିତ ଖବର ଶେଷକୃତ୍ୟ କରିବାକୁ ଆସି ଶେଷ ହୋଇଗଲେ ଯୁବକ

ମାମଲାର ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ମର୍କତନଗର ପୋଲିସ ଆବେଦନକାରୀଙ୍କୁ ହେପାଜତକୁ ନନେବାକୁ ହାଇକୋର୍ଟ ଅନ୍ତରୀଣ ନିର୍ଦ୍ଦେଶ ଦେଇଛନ୍ତି। ହ୍ୟୁମାନଙ୍କ ମା’ ଶେଫାଳି ସୁନାଙ୍କ ଅଭିଯୋଗକୁ ଆଧାର କରି ମର୍କତନଗର ଥାନାରେ ଡିସେମ୍ବର ୨୧ରେ ସୋମେଶ, ଅର୍ପିତାଙ୍କ ସମେତ ୯ ଜଣଙ୍କ ବିରୋଧରେ ପୋଲିସ ମାମଲା ରୁଜୁ କରିଥିଲା।

ସମ୍ବନ୍ଧିତ ଖବର ରାସ୍ତାରେ ଜଳିଗଲା ଆମ ବସ

 

ସମ୍ବନ୍ଧିତ ଖବର ରଥଯାତ୍ରା ପାଇଁ ଆଗୁଆ ପ୍ରସ୍ତୁତି

Tags: