ବନ୍ଧା ହେବେ ନିଶା ମହାରଣା !
By: Samaya Live News
ବଲାଙ୍ଗୀର : ନିଶା ମହାରଣାଙ୍କୁ ଖୋଜୁଛି ପୋଲିସ । ଅଶ୍ଳୀଳ ନାଚ ଅଭିଯୋଗରେ ଗିରଫ ହୋଇପାରନ୍ତି ନିଶା ମହାରଣା । ୧୨ ତାରିଖରେ ଚନ୍ଦନ ଭାଟିରେ ଅଶ୍ଳୀଳ ନୃତ୍ୟ ପରିବେଷଣ କରିଥିଲେ ନିଶା । ଏନେଇ ବଲାଙ୍ଗୀର ସଦର ଥାନାରେ ମାମଲା ହୋଇଥିଲା । ଅଭିଯୋଗ ଆଧାରରେ ୨ ଆୟୋଜକଙ୍କୁ ଗିରଫ ପରେ ନିଶାଙ୍କ ପାଇଁ ବଢ଼ିଲା ଅଡୁଆ । ଯାତ୍ରା କମିଟି ସଭାପତି ସୁରେନ୍ଦ୍ର ନାଗ ଏବଂ ସମ୍ପାଦକ ରାଧେଶ୍ୟାମ ମେହେରଙ୍କୁ ଗିରଫ କରିଛି ପୋଲିସ । ୨ ଜଣିଆ ପୋଲିସ ଟିମ ଆସି ନିଶାଙ୍କୁ ଭୁବନେଶ୍ୱରରେ ଖୋଜିଥିବା ସୂଚନା ।
ସମ୍ବନ୍ଧିତ ଖବର ଡେଡ଼ ଲାଇନ ପୂର୍ବରୁ ଓଡିଶା ହେବ ମାଓମୁକ୍ତ - ଡିଜିପି
Tags:



