ରେକର୍ଡ କଲା ଭୁବନେଶ୍ୱର ବିମାନ ବନ୍ଦର

ରେକର୍ଡ କଲା ଭୁବନେଶ୍ୱର ବିମାନ ବନ୍ଦର

ଭୁବନେଶ୍ୱର : ନୂଆ ରେକର୍ଡ ସୃଷ୍ଟି କଲା ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର। ଯାତ୍ରୀ ପରିବହନ ପାଇଁ ୨୦୨୫ରେ ସର୍ବକାଳୀନ ରେକର୍ଡ କରିଛି । ବିମାନବନ୍ଦରରୁ ଗତବର୍ଷ ୫.୧୫ ମିଲିୟନ ଯାତ୍ରୀ ଯାତାୟାତ କରିଛନ୍ତି। ଅର୍ଥାତ୍ ପ୍ରଥମଥର ପାଇଁ ଗୋଟିଏ ବର୍ଷରେ ଭୁବନେଶ୍ଵର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ୫୦ ଲକ୍ଷରୁ ଅଧିକ ଯାତ୍ର ଯାତାୟାତ କରିଛନ୍ତି । ଯାହାକି ଭୁବନେଶ୍ଵର ଅନ୍ତର୍ଜାତୀୟ ବିମାନବନ୍ଦର ପାଇଁ ନୂଆ ଉପଲବ୍ଧି ଆଣି ଦେଇଛି । କୌଣସି ବର୍ଷ ଏତେ ଯାତ୍ରୀ ଯାତ୍ରା କରି ନ ଥିବା ବିମାନବନ୍ଦର ନିର୍ଦ୍ଦେଶକ ସୂଚନା ଦେଇଛନ୍ତି । 

ସମ୍ବନ୍ଧିତ ଖବର ନିୟନ୍ତ୍ରଣରେ ଅଛି ଦୋକନ୍ଦା ଜଣ୍ଡିସ ସ୍ଥିତି

ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ନାମରେ ନାମିତ ଭୁବନେଶ୍ୱର ଆନ୍ତର୍ଜାତିକ ବିମାନ ବନ୍ଦର  । ଭାରତର ପ୍ରମୁଖ ବିମାନବନ୍ଦର ମଧ୍ୟରେ ଗଣନା କରାଯାଉଥିବା, ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ହେଉଛି ଭାରତର ୧୩ତମ ବ୍ୟସ୍ତବହୁଳ ବିମାନବନ୍ଦର।

ସମ୍ବନ୍ଧିତ ଖବର ପୋଲିସ ଏସଆଇ ନିଯୁକ୍ତି ପରୀକ୍ଷା କେଳେଙ୍କାରୀ ,ଏସଟିଏଲକୁ କ୍ଲିନ ଚିଟ ଦେଇଥିଲା କ୍ରାଇମବ୍ରାଞ୍ଚ

ସେହିପରି ୭ କୋଟି ଯାତ୍ରୀଙ୍କ ଯାତାୟାତ ସହ ଶୀର୍ଷରେ ଦିଲ୍ଲୀ ବିମାନବନ୍ଦର ରହିଛି । ଏବେ ଭୁବନେଶ୍ୱର ବିମାନବନ୍ଦରରୁ ମୋଟ୍‌ ୨୮ଟି ସ୍ଥାନକୁ ବିମାନ ଉଡ଼ାଣ କରୁଛି। ଅଧିକ ସ୍ଥାନକୁ ଭୁବନେଶ୍ଵରରରୁ ବିମାନ ଉଡ଼ାଣ କଲେ ଯାତ୍ରୀ ସଂଖ୍ୟା ଆହୁରି ବୃଦ୍ଧି ପାଇବ ବୋଲି କହିଛନ୍ତି ବିଜୁ ପଟ୍ଟନାୟକ ବିମାନବନ୍ଦରର ନିର୍ଦ୍ଦେଶକ ।

ସମ୍ବନ୍ଧିତ ଖବର ଲାଲ ବାହାଦୂର ଶାସ୍ତ୍ରୀ

 

Tags: