ସୁନାନାକି ଭଉଣୀ

ସୁନାନାକି ଭଉଣୀ
Ipsita Picture
By: Ipsita
Published On

 

ନବେଦଶକରେ ଅନେକ ଗପ ରହିଛି ଯାହା ବିଭିନ୍ନ ସମୟରେ ସମାଜର ବିଭିନ୍ନ ସମ୍ପର୍କ ଭିତରେ ଥିବା ଭଲପାଇବାକୁ ଦର୍ଶାଇଥାଏ । ଏଭଳି ଅନେକ କାହାଣୀ ରହିଛି, ଯାହାକୁ ଶୁଣିବାକୁ ଆଜି ବି ପିଲାଙ୍କ ମଧ୍ୟରେ ଆଗ୍ରହ ଦେଖିବାକୁ ମିଳିଥାଏ । ସେହିଭଳି ଏକ କାହାଣୀ ହେଲା ସୁନାନାକି ଭଉଣୀ ।

ଏହି କାହାଣୀଟି ଅନେକ ପିଲାଙ୍କ ଶୈଶବର ଏକ ଅଭିନ୍ନ ଅଂଶ ହୋଇ ରହିଛି। ଏହି କାହାଣୀଟି ଭାଇ ଏବଂ ଭଉଣୀଙ୍କ ଉପରେ ଆଧାରିତ, ଯାହାଙ୍କ ମଧ୍ୟରେ ଅତି ନିବିଡ଼ ସ୍ନେହ ଥାଏ।  କିଭଳି ଜଣେ ଭାଇ ଲୋଭରେ ଭଉଣୀକୁ ହତ୍ୟାକରୁଥିବା ବେଳେ ଅନ୍ୟଭାଇ ଓ ଭାଉଜମାନେ ମୃତ ଉଭଣୀଙ୍କୁ ନ୍ୟାୟ ପ୍ରଦାନ କରୁଛନ୍ତି ସେହି ସଂକ୍ରାନ୍ତରେ ଗଳ୍ପଟିରେ ବର୍ଣ୍ଣନା କରାଯାଇଛି । ତେବେ ଏହାର ସମ୍ପର୍କ କୌଣସି ବାସ୍ତବ ଘଟଣା ସହ ନାହିଁ , ଏହା କେବଳ ଗଳ୍ପ । ଏକଦା ଗୋଟିଏ ଗ୍ରାମରେ ଗୋଟିଏ ଯମିଦାର ପରିବାର ରହୁଥାଏ । ପରିବାରରେ ସାତ ଭାଇ ସହିତ ଗୋଟିଏ ଭଉଣୀ ଥାଏ । ଭଉଣୀ ବଡ ହେବାପରେ ଭଉଣୀକୁ ପାଖ ଗ୍ରାମରେ ପରିବାର ବିବାହ ଦେଲେ । ବିବାହ ପରେ କିଛି ଦିନ ରହିବା ପାଇଁ ଭଉଣୀ ନିଜ ବାପ ଘରକୁ ଆସିଥାଏ । ହସଖୁସିରେ ପୁରୁଥିବା ଏହି ପରିବାରରେ କିନ୍ତୁ ଗୋଟିଏ ସମସ୍ୟା ଥାଏ ଯାହାକୁ ନେଇ ସମସ୍ତଙ୍କୁର ମନଦୁଃଖ ରହିଥାଏ । ପରିବାରର ସାନ ପୁଅ ଖୁବ ଦୁଷ୍ଟ ଓ ଗୁଣ୍ଡା ପ୍ରକୃତିର । ସବୁବେଳେ ଗଣ୍ଡୋଗୋଳ ଏବଂ ମାରପିଟରେ ମନ ଦେଉଥାଏ । ତେବେ ଭଉଣୀ ଆସିବା ଖୁସିରେ ସମସ୍ତ ମସଗୁଲ ଥାଆନ୍ତି । ଭଉଣୀ ଏତେ ଦିନ ପରେ ବାପଘରକୁ ଆସିଥିବାରୁ ଭାଇମାନଙ୍କ ପାଇଁ ରୋଷେଇ କରିବା ପାଇଁ ନିଷ୍ପତ୍ତି କଲା । ସେ ଶାଗଧୋଇ କାଟିବାକୁ ଲାଗିଲା, କାଟିବା ସମୟରେ ତାର ଆଙ୍ଗୁଠିରେ କ୍ଷତ ହେଲା ।  ଖାଇବାବେଳେ ଶାଗ ଖୁବ ସୁଆଦିଆ ଲାଗିବାରୁ ସମସ୍ତେ ପଚାରିଲେ ଏଥିରେ କଣ ମିଶାଇଛୁ । ଭଉଣୀ ମଜାରେ ମଜାରେ ଉତ୍ତର ଦେଲା ମୁଁ ମୋ ରକ୍ତ ଦେଇ ଶାଗ ରାନ୍ଧିଛି । ତେବେ ଏହି ଘଟଣାକୁ ସମସ୍ତେ ମଜାରେ ନେଇଥିଲେ ହେଲେ ସାନ ଭାଇ ଏହାକୁ ଭିନ୍ନ ଢଙ୍ଗରେ ନେଇଥିଲା । ତା ମୁଣ୍ଡକୁ ଆସିଲା ଉଭଣୀର ରକ୍ତ ଯଦି ଏତେ ସୁଆଦ ତେବେ ତାର ମାଂସ କେତେ ସୁଆଦ ହୋଇଥିବ । ଏହାପରେ ଭଉଣୀକୁ ଶାଶୁ ଘରେ ଛାଡିବାକୁ ସାନଭାଇ ଯିବାପାଇଁ ଜିଦ ଧରିଥିଲା । ଭଉଣୀ ସାମଭାଇର ଫନ୍ଦି ଜାଣିପାରିଲା ନାହିଁ, ଭାଇ ଦୁଷ୍ଟ ହେଲେ ମଧ୍ୟ ତା ସହ ଯିବାକୁ ରାଜି ହୋଇଗଲା । ଏହାପରେ ଭଉଣୀକୁ ନେଇ ଯିବାବାଟରେ ଜଙ୍ଗଲ ପଡିଲା ଯେଉଁଠାରେ ସାନଭାଇ ଭଉଣୀକୁ ଖଣ୍ଡାରେ ହାଣିଦେଲା । ହେଲେ ସେତେବେଳେ ଖୁବ ଜୋରରେ ବର୍ଷା ପବନ ହେବାରୁ ସାନ ଭାଇ ସେଠାରେ ଭଉଣୀର ଶବକୁ ଛାଡି ଘରକୁ ଫେରି ଆସିଲା । କିଛି ଦିନ ପରେ ଉକ୍ତ ଜଙ୍ଗଲରେ ଏକ ସୁନ୍ଦର ଫୁଲ ଗଛ ଉଠିଲା, ଯାହାର ବାସ୍ନା ଚାରିଆଡେ ମହକିଲା । ଯେତେବେଳେ ସମସ୍ତେ ଏହି ଗଛ ସମ୍ପର୍କରେ ଜାଣିଲେ ସେଠାକୁ ଫୁଲ ଆଣିବାକୁ ଗଲେ । ସେହିପରି ଜମିଦାର ପରିବାରର ସଦସ୍ୟ ମଧ୍ୟ ଏଠାକୁ ଫୁଲ ତୋଳିବାକୁ ଗଲେ । ତେବେ ପରିବାର ସଦସ୍ୟ ଫୁଲତୋଳିବା ବେଳେ ଗଛଟି କାନ୍ଦିବାକୁ ଲାଗିଲା । ସେଥିରୁ ଗୀତ ଆକାରରେ କିଛି ଶବ୍ଦ ବାହାରିଲା , ଥିରି ଥିରି କରି ତୋଳଲୋ ଭାଉଜ ଦେହକୁ ମୋର କାଟୁଛି । ସାନଭାଇ ମୋର ଖଣ୍ଡାରେ ହାଣିଲା କି ଦୁଃଖରେ ମୁଁ ଦିନ କାଟୁଛି । ଏହିଭଳି ଶବ୍ଦ କେବଳ ପରିବାରଲୋକ ଶୁଣି ପାରିଲେ । ଏହାପରେ ପରିବାର ଲୋକଙ୍କର ସନ୍ଦେହ ହେଲା । ସେମାନେ ଭଉଣୀ ଘରକୁ ଯାଇ ବୁଝିଲା ବେଳକୁ ଭଉଣୀ ସେହି ଦିନ ଠାରୁ ଶାଶୁଘରକୁ ଫେରିନି । ଶାଶୁଘର ଲୋକ ବାପଘରେ ଥିବା ଭାବି ଚୁପଚାପ ଅଛନ୍ତି । ଏହାପରେ ସାନ ଭାଇକୁ ପଚରା ଯିବାରୁ ସେ ପ୍ରଥମରୁ ମିଛ କହୁଥିଲେ ମଧ୍ୟ ପରେ ସତ ମାନିଥିଲା । ଯାହାପରେ ଉଭୟ ପରିବାରର ଲୋକ ସାନଭାଇକୁ ଖୁବ ଶକ୍ତ ଦଣ୍ଡରେ ଦଣ୍ଡିତ କରିଥିଲେ । ତେଣୁ ଜୀବନରେ ସବୁବେଳେ ଖଳ ପ୍ରକୃତିର ଲୋକଙ୍କ ଠାରୁ ଦୂରରେ ରହିବାର ଆବଶ୍ୟକତା ରହିଛି ବୋଲି ଏଗି ଗଳ୍ପରୁ ଶିକ୍ଷା ମିଳିଥାଏ ।

Tags: