ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଇରାନ ଉପରେ ଇସ୍ରାଏଲ, ଆମେରିକାର ମିଳିତ ଆକ୍ରମଣ

ଇସ୍ରାଏଲକୁ କ୍ଷେପଣାସ୍ତ୍ର ଛାଡ଼ିଲା ଇରାନ

ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଇରାନ ଉପରେ ଇସ୍ରାଏଲ, ଆମେରିକାର ମିଳିତ ଆକ୍ରମଣ

ତେହେରାନ:  ମଧ୍ୟପ୍ରାଚ୍ୟରେ ଯୁଦ୍ଧ ସଙ୍କଟ ଘନେଇଛି। ଇସ୍ରାଏଲ ପକ୍ଷରୁ ଇରାନ ଉପରେ ବଡ଼ ଧରଣର ଆକ୍ରମଣ କରାଯାଇଛି। ତେହେରାନର ବିଭିନ୍ନ ଅଞ୍ଚଳରୁ କଳା ଧୂଆଁ ଉଠୁଥିବାର ଦେଖିବାକୁ ମିଳୁଛି। ଇସ୍ରାଏଲ ପ୍ରତିରକ୍ଷା ମନ୍ତ୍ରୀ ଇସ୍ରାଏଲ କାଟଜ୍ ସାରା ଦେଶରେ ତୁରନ୍ତ ଜାତୀୟ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି। ଇସ୍ରାଏଲ ଇରାନ ବିରୋଧରେ ଏକ ଆଗୁଆ ଆକ୍ରମଣ ଆରମ୍ଭ କରିବା ନିଶ୍ଚିତ କରିବା ପରେ ଏହି ଘୋଷଣା କରାଯାଇଛି। ପ୍ରାରମ୍ଭିକ ସୂଚନା ଅନୁଯାୟୀ, ଇସ୍ରାଏଲୀ ବାୟୁସେନା ଇରାନରେ ଅନେକ ଲକ୍ଷ୍ୟସ୍ଥଳକୁ ଟାର୍ଗେଟ କରିଛି। ଅନ୍ତର୍ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଇରାନର ରାଜଧାନୀ ତେହେରାନରେ ଏକାଧିକ ବିସ୍ଫୋରଣ ଶୁଣାଯାଇଥିଲା, ଯାହାକୁ ଇରାନୀ ଟିଭି ଚ୍ୟାନେଲ ସହ ଜଡିତ ସୂତ୍ର ମଧ୍ୟ ସୁନିଶ୍ଚିତ କରିଛନ୍ତି। ଏହି ରିପୋର୍ଟରେ କୁହାଯାଇଛି ଯେ, ଇସ୍ରାଏଲ ଅନେକ  ସାମରିକ ପ୍ରତିଷ୍ଠାନ ଏବଂ କିଛି ସମ୍ବେଦନଶୀଳ ସ୍ଥାନକୁ ଟାର୍ଗେଟ କରିଛି। ଆମେରିକା ମଧ୍ୟ ଇସ୍ରାଏଲ ସହ ଇରାନ ଉପରେ ଆକ୍ରମଣ କରିଛି। ଆମେରିକା-ଇସ୍ରାଏଲ ଆକ୍ରମଣ ପରେ ଇରାନ ସମର୍ଥିତ ୟେମେନର ହୁଥିମାନେ ପୁଣି ଇସ୍ରାଏଲ ଆଡକୁ ବାଲିଷ୍ଟିକ କ୍ଷେପଣାସ୍ତ୍ର ନିକ୍ଷେପ କରିଛନ୍ତି। ଇରାନ ମଧ୍ୟ ଇସ୍ରାଏଲ ଆଡ଼କୁ ଅନେକ କ୍ଷେପଣାସ୍ତ୍ର ନିକ୍ଷେପ କରିଛି କିନ୍ତୁ ସେଥିମଧ୍ୟରୁ ଅଧିକାଂଶ ଇସ୍ରାଏଲୀ ସେନା ଦ୍ବାରା ପ୍ରତିରୋଧ କରାଯାଇଛି।

ସମ୍ବନ୍ଧିତ ଖବର ନୂଆଦିଲ୍ଲୀରେ ଓଡିଶା ଭବନର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

Tags: