ବିରଳ ରୋଗ ଦିବସ
By: Ipsita
ସମ୍ବନ୍ଧିତ ଖବର ଶିକ୍ଷାଗତ ଚାପ
ପ୍ରତିବର୍ଷ ଫେବୃଆରୀ ମାସର ଶେଷ ଦିନରେ ବିଶ୍ୱବ୍ୟାପୀ 'ବିରଳ ରୋଗ ଦିବସ' ପାଳନ କରାଯାଇଥାଏ। ଯାହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ସମାଜରେ ଦେଖାଯାଉଥିବା ବିରଳ ରୋଗଗୁଡ଼ିକ ବିଷୟରେ ସଚେତନତା ସୃଷ୍ଟି କରିବା ଏବଂ ଏଥିରେ ପୀଡ଼ିତ ବ୍ୟକ୍ତି ଓ ସେମାନଙ୍କ ପରିବାରକୁ ସହଯୋଗ କରିବା। ବିଶ୍ୱରେ ପ୍ରାୟ ୭୦୦୦ରୁ ଅଧିକ ପ୍ରକାରର ବିରଳ ରୋଗ ରହିଛି, ଯାହା ମଧ୍ୟରୁ ଅଧିକାଂଶ ଜେନେଟିକ୍ ବା ବଂଶଗତ ହୋଇଥାଏ ଏବଂ ଏଥିମଧ୍ୟରୁ ଅନେକ ରୋଗର ଏ ପର୍ଯ୍ୟନ୍ତ କୌଣସି ସ୍ଥାୟୀ ଚିକିତ୍ସା ବା ଔଷଧ ବାହାରି ନାହିଁ। ଏହି ଦିବସ ମାଧ୍ୟମରେ ଏହି ରୋଗଗୁଡିକ ସମ୍ପର୍କରେ ଲୋକଙ୍କୁ ସଚେତନ କରାଯାଇଥାଏ । ଉକ୍ତ ରୋଗୀମାନେ କିଭଳି ନିଜକୁ ଏକୁଟିଆ ଭାବିବେ ନାହିଁ ଏବଂ ସେମାନଙ୍କୁ ସାମାଜିକ ବାସନ୍ଦର ଶିକାର ହେବାକୁ ପଡିବ ନାହିଁ ଏହି ଦିବସ ପାଳନର ଉଦ୍ଦେଶ୍ୟ । ଏହି ଦିନ ବିଭିନ୍ନ ଅନୁଷ୍ଠାନରେ ଭିନ୍ନଭିନ୍ନ କାର୍ଯ୍ୟକ୍ରମ ଜରିଆରେ ଲୋକଙ୍କୁ ସଚେତନ କରାଯାଇଥାଏ ।
ସମ୍ବନ୍ଧିତ ଖବର ପ୍ରାଗ୍
Tags:



