ପରିବାରର ସମର୍ଥନ ଦେଇଥିଲା ସାହସ

ପରିବାରର ସମର୍ଥନ ଦେଇଥିଲା ସାହସ
Ipsita Picture
By: Ipsita
Published On

 

ଟେଲିଭିଜନରୁ ନିଜର କ୍ୟାରିୟର ଆରମ୍ଭ କରି ବଲିଉଡରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ମୃଣାଳ ଠାକୁରଙ୍କ ପାଇଁ ଏହି ସଫଳତା ସହଜ ନଥିଲା। କ୍ୟାରିୟରର ପ୍ରାରମ୍ଭିକ ପର୍ଯ୍ୟାୟରେ ତାଙ୍କୁ ବହୁ ନକାରାତ୍ମକ ମନ୍ତବ୍ୟ ଏବଂ ବଡି ସେମିଂର ସାମ୍ନା କରିବାକୁ ପଡିଥିଲା । ଯେଉଁଥିପାଇଁ ସେ ଅନେକ ସମୟରେ ମାନସିକ ଅବସାଦରେ ରହିଥିବା ଅନେକ ସାକ୍ଷାତକାରରେ ପ୍ରକାଶ କରିଛନ୍ତି । ତେବେ ପରିବାରର ସମ୍ପୂର୍ଣ୍ଣ ସମର୍ଥନ ଏବଂ ନିଜର କଠିନ ପରିଶ୍ରମ ବଳରେ ସେ ଆଗକୁ ବଢ଼ିଥିଲେ ଏବଂ ୨୦୧୨ରେ ମୁଝସେ କୁଛ କେହେତି... ୟେ ଖାମୋଶିୟାଁଜରିଆରେ ନିଜର ଅଭିନୟ ଜୀବନ ଆରମ୍ଭ କରିଥିଲେ । ଏହାପରେ ଟେଲି ଧାରାବାହିକ କୁମକୁମ ଭାଗ୍ୟବୁଲବୁଲଚରିତ୍ର ମାଧ୍ୟମରେ ସେ ଘରେ ଘରେ ପରିଚିତ ହୋଇଥିଲେ।  ମୃଣାଳଙ୍କର ବଡ ପରଦାର ଯାତ୍ରା ମରାଠୀ ସିନେମା ହେଲୋ ନନ୍ଦନରୁ ଆରମ୍ଭ ହୋଇଥିଲା । ମୃଣାଳଙ୍କୁ ଅନେକ ସମୟରେ ଟିଭି ଅଭିନେତ୍ରୀକହି ଫିଲ୍ମରୁ ପ୍ରତ୍ୟାଖ୍ୟାନ କରାଯାଉଥିଲା, କିନ୍ତୁ ୨୦୧୮ରେ ଆସିଥିବା ଆନ୍ତର୍ଜାତୀୟ ଚଳଚ୍ଚିତ୍ର ଲଭ୍ ସୋନିଆତାଙ୍କ କ୍ୟାରିୟର ପାଇଁ ଟର୍ଣ୍ଣିଂ ପଏଣ୍ଟ ସାଜିଥିଲା । ଏହି ଫିଲ୍ମ ପାଇଁ ତାଙ୍କ ଅଡିସନ୍ ଫାଇଲ୍କୁ ପ୍ରଥମେ ବନ୍ଦ କରି ରଖାଯାଇଥିଲେ ମଧ୍ୟ ନିର୍ଦ୍ଦେଶକ ତବରେଜ୍ ନୁରାନୀ ତାଙ୍କ ପ୍ରତିଭାକୁ ଚିହ୍ନିଥିଲେ, ଯାହା ପରବର୍ତ୍ତୀ ସମୟରେ ତାଙ୍କୁ ଜଣେ ଦକ୍ଷ ଅଭିନେତ୍ରୀ ଭାବେ ପ୍ରତିଷ୍ଠିତ କରାଇଲା ।

Tags: