ଇରାନ ସେନାକୁ ଖୋଲା ଚେତାବନୀ ଦେଲେ ଟ୍ରମ୍ପ, ଅସ୍ତ୍ର ଛାଡ଼ି କ୍ଷମା ମାଗ, ନଚେତ ମୃତ୍ୟୁ

 ଇରାନ ସେନାକୁ ଖୋଲା ଚେତାବନୀ ଦେଲେ ଟ୍ରମ୍ପ, ଅସ୍ତ୍ର ଛାଡ଼ି କ୍ଷମା ମାଗ, ନଚେତ ମୃତ୍ୟୁ
Samaya Live Desk Picture
Published On

ୱାସିଂଟନ୍‌: ଇରାନ ଉପରେ ଇସ୍ରାଏଲ ଏବଂ ଆମେରିକାର ମିଳିତ ଆକ୍ରମଣ ଜାରି ରହିଥିବାବେଳେ

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଖୋଲା ଚେତାବନୀ ଦେଇ କହିଛନ୍ତି,  ଇସଲାମିକ୍ ରିଭଲ୍ୟୁସନରି ଗାର୍ଡ, ସଶସ୍ତ୍ର ବାହିନୀ ଏବଂ ସମସ୍ତ ପୁଲିସ ସଦସ୍ୟମାନଙ୍କୁ, ମୁଁ କହୁଛି ଯେ, ସେମାନେ ନିଜ ନିଜର ଅସ୍ତ୍ର ଛାଡ଼ି ଆତ୍ମସମର୍ପଣ କର ନହେଲେ ମୃତ୍ୟୁ ନିଶ୍ଚିତ। ଆମ କଥା ମାନିଲେ ତୁମ ସହିତ ନ୍ୟାୟପୂର୍ଣ୍ଣ ବ୍ୟବହାର କରାଯିବ। ପ୍ରତିରୋଧ କଲେ ନିଶ୍ଚିତ ମୃତ୍ୟୁର ସମ୍ମୁଖୀନ ହେବ। ଏହା ସହିତ ଟ୍ରମ୍ପ ଇରାନର ସାଧାରଣ ଜନତାଙ୍କ ଉଦ୍ଦେଶ୍ୟରେ କହିଛନ୍ତି ସ୍ୱାଧୀନତାର ସମୟ ଆସିଯାଇଛି। ସୁରକ୍ଷିତ ରୁହ। ଘରୁ ବାହାରକୁ ଯାଅ ନାହିଁ। ବାହାରେ ବଡ଼ ବିପଦ ରହିଛି। ସବୁଠି ବୋମା ପଡ଼ିବ। ଯେତେବେଳେ ଆମେ ଏହା ସମାପ୍ତ କରିବୁ, ନୂଆ ସରକାରକୁ ଗ୍ରହଣ କରିବ। ଏହା ତୁମର ସରକାର ହେବ। ଏହା ତୁମ ପାଇଁ ଏକମାତ୍ର ସୁଯୋଗ ହେବ। ବର୍ଷ ବର୍ଷ ଧରି ଆମେରିକାଠାରୁ ସାହାଯ୍ୟ ମାଗିଛ, କିନ୍ତୁ କେବେ ପାଇନାହଁ। କୌଣସି ରାଷ୍ଟ୍ରପତି ମୁଁ ଯାହା କରିବାକୁ ଚାହୁଁଛି ତାହା କରିବାକୁ ଇଚ୍ଛୁକ ନଥିଲେ। ଏବେ ତୁମର ଜଣେ ରାଷ୍ଟ୍ରପତି ଅଛନ୍ତି ଯିଏ ତୁମକୁ ଯାହା ଚାହୁଁଛ ତାହା ଦେଉଛନ୍ତି। ତେଣୁ ଦେଖାଯାଉ ତୁମେ କିପରି ପ୍ରତିକ୍ରିୟା ଦେଉଛ। ଆମେରିକା ତୁମକୁ ସମର୍ଥନ କରୁଛି ବୋଲି ଟ୍ରମ୍ପ କହିଛନ୍ତି।

Tags: