ରାଜ୍ୟସଭା ସସ୍ପେନ୍ସ, ୧୬ଟି ଫର୍ମ କିଣିଲା ବିଜେପି

ରାଜ୍ୟସଭା ସସ୍ପେନ୍ସ, ୧୬ଟି ଫର୍ମ କିଣିଲା ବିଜେପି

ଭୁବନେଶ୍ୱର : ଭାରତୀୟ ଜନତା ପାର୍ଟିର ରାଜ୍ୟସଭା ନିର୍ବାଚନ ପ୍ରାର୍ଥୀ ଘୋଷଣାକୁ ନେଇ ବଢ଼ିଲା ସସ୍ପେନ୍ସ, । ପ୍ରାର୍ଥୀ ଘୋଷଣା ନହେଉଣୁ ୧୬ ସେଟ ଫର୍ମ କିଣିଲା ବିଜେପି । ସରକାରୀ ଦଳ ମୁଖ୍ୟ ସଚେତକ ସରୋଜ ପ୍ରଧାନଙ୍କ ସହିତ ୫ ଜଣ ବିଧାୟକ ଯାଇ ବିଧାନସଭାରୁ ରାଜ୍ୟସଭା ନିର୍ବାଚନ ପ୍ରାର୍ଥୀ ପତ୍ରର ୧୬ଟି ସେଟ୍ କିଣିଛନ୍ତି । ବିଜେପି ୧୬ସେଟ୍ ଫର୍ମ କିଣିବା ପରେ ରାଜନୀତିକ ମହଲରେ ବଡ ହଲଚଲ ଦେଖିବାକୁ ମିଳିଛି। 

ସମ୍ବନ୍ଧିତ ଖବର ମହାନଦୀ ଜଳ ବିବାଦ ଶୁଣାଣି ଘୁଞ୍ଚିଲା

ଆଜି ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ବୈଠକ ପରେ ବିଜେପିର ମୁଖ୍ୟ ସଚେତକ ସରୋଜ ପ୍ରଧାନଙ୍କ ସମେତ  ୫ ବିଧାୟକ  ବିଧାନସଭା ଯାଇ ୧୬ସେଟ୍ ଫର୍ମ  କିଣିଛନ୍ତି ।  ଏଥିରୁ ଯାହା ଜଣାପଡୁଛି   ବିଜେପି ରାଜ୍ୟସଭା ନିର୍ବାଚନ ପାଇଁ ୪ ପ୍ରାର୍ଥୀ ଘୋଷଣା କରିପାରେ । ଯଦି ବିଜେପି ରାଜ୍ୟନିର୍ବାଚନ ପାଇଁ  ଚାରି ପ୍ରାର୍ଥୀ ଘୋଷଣାକରେ,  ତାହାଲେ ବିଧାୟକ ସଂଖ୍ୟା ଦେଖିଲେ ତାହା ଖୁବ୍ କମ । କାହାକୁ ପ୍ରାର୍ଥ କରିବ ବିଜେପି ତାହା ଏପର୍ଯ୍ୟନ୍ତ  ଘୋଷଣା କରିନଥିବା ବେଳେ  ଏ ପ୍ରସଙ୍ଗରେ ବିଜେପିର ମୁଖ୍ୟ ସଚେତକ ସରୋଜ ପ୍ରଧାନ କହିଛନ୍ତି, କେନ୍ଦ୍ରୟ ନେତୃତ ପ୍ରାର୍ଥୀ ଘୋଷଣା ହେଲା ପରେ ଆମେ ନାମଙ୍କନ ଭରିବୁ ।

ସମ୍ବନ୍ଧିତ ଖବର ହଳଦିଆ ପଦରରେ ଟେକ୍ନିକାଲ ଟିମ

ପୂର୍ବରୁରାଜ୍ୟସଭା ନିର୍ବାଚନ ନେଇ ବିଜେଡି ଦୁଇ ପ୍ରାର୍ଥୀ ଘୋଷଣା କରିସାରିଛି। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଦୁଇ ଜଣଙ୍କ ନାଁ ରାଜ୍ୟସଭା ପ୍ରାର୍ଥୀ ଲାଗି ଘୋଷଣା କରିଛନ୍ତି। ସଂତୃପ୍ତ ମିଶ୍ର ଏବଂ ଡାକ୍ତର ଦତ୍ତେଶ୍ଵର ହୋତାଙ୍କୁ ପ୍ରାର୍ଥୀ କରାଯାଇଛି । ଡାକ୍ତର ଦତ୍ତେଶ୍ଵର ହୋତାଙ୍କୁ କଂଗ୍ରେସ ସମର୍ଥନ ଦେବା ନେଇ ମଧ୍ୟ କହିସାରିଛି ।

ସମ୍ବନ୍ଧିତ ଖବର ତୋଷାଳୀ ଭବନରେ ନିଆଁ

Tags: