ହିଟ୍ ୱେଭକୁ ନେଇ ଏସଓପି ଜାରି କଲା ଉଚ୍ଚ ଶିକ୍ଷା ବିଭାଗ

ହିଟ୍ ୱେଭକୁ ନେଇ ଏସଓପି ଜାରି କଲା ଉଚ୍ଚ ଶିକ୍ଷା ବିଭାଗ

ଭୁବନେଶ୍ୱର: ଆଗାମୀ ଦିନରେ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟ ଓ ଡିଗ୍ରୀ କଲେଜଗୁଡିକ ପାଇଁ ଏସଓପି ଜାରି କଲା ଉଚ୍ଚ ଶିକ୍ଷା ବିଭାଗ । ସକାଳ ସମୟରେ ସବୁ ପରୀକ୍ଷା କରିବାକୁ କୁହାଯାଇଛି । ଏନେଇ ବିଶ୍ୱବିଦ୍ୟାଳୟର ରେଜିଷ୍ଟାର ଏବଂ ମହାବିଦ୍ୟାଳୟର ଅଧ୍ୟକ୍ଷମାନଙ୍କୁ ଉଚ୍ଚଶିକ୍ଷା ବିଭାଗ ତରଫରୁ ଚିଠି କରାଯାଇଛି।

ସମ୍ବନ୍ଧିତ ଖବର ରାଜ୍ୟରେ SIRକୁ ନେଇ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସୂଚନା

ଖେଳକୁଦ ଭଳି ଆଉଟ୍ ଡୋର୍ ଆକ୍ଟିଭିଟି ଅପରାହ୍ଣ ସମୟରେ ନ କରିବାକୁ କୁହାଯାଉଛି । ଯଦି ଆଉଟଡୋର ଆକ୍ଟିଭିଟି ଅପରିହାର୍ଯ୍ୟ ତେବେ ଉପଯୁକ୍ତ ପଦକ୍ଷେପ ସହ ଆଉଟ ଡୋର୍ ଆକ୍ଟିଭିଟି କରାଯାଉ । ନିରବଛିନ୍ନ ଜଳ ଯୋଗାଣ ସୁନିଶ୍ଚିତ କରିବା ସହ କ୍ଲାସରୁମ, ହଷ୍ଟେଲ ଓ ପରୀକ୍ଷା କେନ୍ଦ୍ରରେ ଆବଶ୍ୟକ ORS ରଖିବାକୁ କୁହାଯାଇଛି । କ୍ୟାମ୍ପସରେ ପିଇବା ପାଣି ଭିତ୍ତିଭୂମି ଅନୁଧ୍ୟାନ କରିବା ସହ ଟ୍ୟୁବ୍ ୱେଲ କିମ୍ବା ପିଇବା ପାଣି ବ୍ୟବସ୍ଥା କାମ କରୁ ନଥିଲେ ତୁରନ୍ତ ମରାମତି କରିବାକୁ କହିଛି ଉଚ୍ଚ ଶିକ୍ଷା ବିଭାଗ । କଲେଜ ଓ ପରୀକ୍ଷା କେନ୍ଦ୍ର ଫଷ୍ଟ ଏଡ୍ ସୁବିଧା ପ୍ରସ୍ତୁତ କରି ରଖିବା ଏବଂ ଅନୁଷ୍ଠାନଗୁଡିକ ଛାତ୍ରଛାତ୍ରୀ, ଫାକଲ୍ଟି ଓ ଷ୍ଟାଫଙ୍କୁ ସଚେତନ କରିବାକୁ ଏସଓପିରେ କୁହାଯାଇଛି ।

ସମ୍ବନ୍ଧିତ ଖବର ତେଲ ଗୁଜବ ! ପେଟ୍ରୋଲ ପମ୍ପରେ ଅସମ୍ଭବ ଭିଡ଼

 

ସମ୍ବନ୍ଧିତ ଖବର ଯଥେଷ୍ଟ ତେଲ ମହଜୁଦ୍ ଅଛି - ଯୋଗାଣମନ୍ତ୍ରୀ

Tags: