ଛେଳିର ଜନ୍ମଦିନ

ଛେଳିର ଜନ୍ମଦିନ
Ipsita Picture
By: Ipsita

 

ସମ୍ବନ୍ଧିତ ଖବର ମହାଶିବରାତ୍ରି

ସୋସିଆଲ ମିଡିଆରେ ଗୋଟିଏ ଭିଡିଓ ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିବାରେ ଲାଗିଛି । ଉତ୍ତର ପ୍ରଦେଶର ଜଣେ ବ୍ୟକ୍ତି ନିଜ ଛେଳିର ଜନ୍ମଦିନକୁ ଖୁବ ଧୁମଧାମରେ ପାଳିଛନ୍ତି । ଏପରିକି ସେ ଗାଁରେ ଏଥାପାଇଁ ନିମନ୍ତ୍ରଣ ପତ୍ର ମଧ୍ୟ ବାଣ୍ଟିଥିଲେ । ଏହାପରେ ଅନେକ ବନ୍ଧୁବାନ୍ଧବଙ୍କ ଭିତରେ ଛେଳିର କେକ କଟାଯାଇ ସେଲିବ୍ରେସନ କରାଯାଇଛି । ପ୍ରଥମେ ସମସ୍ତେ ଏହାକୁ ଏକ ମଜାକ ଭାବିଥିଲେ ହେଲେ ସତରେ ଉକ୍ତ ବ୍ୟକ୍ତିଜଣଙ୍କ ସମସ୍ତଙ୍କ ପାଇଁ ଭୋଜିଭାତର ମଧ୍ୟ ବ୍ୟବସ୍ଥା କରିଥିଲେ । ସୋସିଆଲ ମିଡିଆରେ ଲୋକମାନେ ଏହାର ଖୁବ ପ୍ରଶଂସା କରୁଥିବା ଦେଖିବାକୁ ମିଳୁଛି । ଆଜିକାଲିର ଆଧୁନିକ ଦୁନିଆରେ ଲୋକମାନେ ନିଜ ବାପା ମାଆଙ୍କୁ ବି ଭୁଲି ଯାଉଛନ୍ତି ହେଲେ ଉକ୍ତ ବ୍ୟକ୍ତିଜଣଙ୍କ ନିଜ ପୋଷା ଜୀବଙ୍କର ଏଭଳି ଧୁମଧାମରେ ଜନ୍ମ ଦିନ ପାଳ ସମସ୍ତଙ୍କୁ ବେଶ ଖୁସି ଦେଇଛି ।

ସମ୍ବନ୍ଧିତ ଖବର ଲୋକ ହାତ ହଲାଇଲେ ରହୁଛି ଟ୍ରେନ

Tags: