ନିଆରା ଟ୍ରେଣ୍ଡ

ନିଆରା ଟ୍ରେଣ୍ଡ
Ipsita Picture
By: Ipsita

 

ସମ୍ବନ୍ଧିତ ଖବର ଅସ୍ଥି ପାଇଥାଏ ପୂଜା

ଜାପାନରେ ସବୁବେଳେ ଭିନ୍ନ ଧରଣର ଟ୍ରେଣ୍ଡ ସାମନାକୁ ଆସିଥାଏ , ସେହିଭଳି ଏକ ଟ୍ରେଣ୍ଡ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଏଠାରେ ବର୍ତ୍ତମାନ ଜୀବନ୍ତ ଲୋକମାନେ କଫିନ ଭିତରେ ଶୋଇ ଧ୍ୟାନ କରିବାର ନୂଆ ଟ୍ରେଣ୍ଡ ଦେଖିବାକୁ ମିଳୁଛି । ଏହି ଟ୍ରେଣ୍ଡର ନାଁ କଫନ ଲାଇଂ ଦିଆଯାଇଛି, ଯାହାକୁ ଏଠିକାର ଅନେକ ଲୋକ ଅନୁକରଣ କରୁଥିବା ଦେଖିବାକୁ ମିଳୁଛି । ଲୋକମାନେ ଏହି କଫନ ଭିତରେ ୩୦ ମିନିଟ ପର୍ଯ୍ୟନ୍ତ ଶୋଇ ଧ୍ୟାନ କରୁଛନ୍ତି । ଏହା ସେମାନଙ୍କୁ ଖୁବ ଶାନ୍ତି ପ୍ରଦାନ କରୁଥିବା ମତ ପ୍ରକାଶ ପାଇଛି । ଏଥିରେ ଶୋଇ ଧ୍ୟାନ କରିବା ଫଳରେ ଡର ଓ ବିଚଳିତ ହେବା କମୁଛି ବୋଲି ସେମାନେ କହୁଛନ୍ତି । ବିଶେଷଭାବେ ଯୁବକଙ୍କ କ୍ଷେତ୍ରରେ ବଢୁଥିବା ମାନସିକ ଅବସାଦ ପାଇଁ ଏହା ଖୁବ ଫଳପ୍ରଦ ହେଉଥିବା ମତପ୍ରକାଶ ପାଇଛି । ଏଠାରେ ବିଭିନ୍ନ ସ୍ପାରେ କଫନ ରଖାଯାଇଛି, ଯେଉଁଥିରେ ଲୋକମାନେ ୩୦ ମିନିଟ ଶୋଇବା ପାଇଁ ୧୧୦୦ ଟଙ୍କା ପର୍ଯ୍ୟନ୍ତ ଦେୟ ଦେଉଛନ୍ତି । ଏହି ସମୟରେ କଫନକୁ ଖୋଲା କିମ୍ବା ବନ୍ଦ ରଖିବାର ବିକଳ୍ପ ମଧ୍ୟ ରହିଥାଏ ।

ସମ୍ବନ୍ଧିତ ଖବର ବିରଳ ରୋଗ ଦିବସ

Tags: