ଗୁଜବ ଠାରୁ ଦୂରରେ ରହୁଛି

ଗୁଜବ ଠାରୁ ଦୂରରେ ରହୁଛି
Ipsita Picture
By: Ipsita
Published On

 

ବଲିଉଡ୍ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀ ଶେଷରେ ନିଜର ପ୍ରସିଦ୍ଧ ରେଷ୍ଟୁରାଣ୍ଟ 'ବାଷ୍ଟିଆନ୍' ବନ୍ଦ ହେବା ଏବଂ ସ୍ୱାମୀ ରାଜ କୁନ୍ଦ୍ରାଙ୍କୁ ନେଇ ଚାଲିଥିବା ନକାରାତ୍ମକ ଚର୍ଚ୍ଚା ଉପରେ ନିଜର ପ୍ରତିକ୍ରିୟା ରଖିଛନ୍ତି।  ଗତ କିଛି ମାସ ଧରି ଗଣମାଧ୍ୟମରେ ତାଙ୍କ ନାମ ଏବଂ  ତାଙ୍କର ବ୍ରାଣ୍ଡକୁ କେବଳ ସେମାନଙ୍କର ନିଜର ଫାଇଦା ପାଇଁ ଲୋକଙ୍କ ଦୃଷ୍ଟିଆକର୍ଷଣ ପାଇଁ ବ୍ୟବହାର କରାଯାଉଛି, ଯାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଶିଳ୍ପା ସ୍ପଷ୍ଟ କରିଛନ୍ତି ଯେ ସାଧାରଣତଃ ସେ ଗୁଜବ ଉପରେ କୌଣସି ସ୍ପଷ୍ଟୀକରଣ ଦେବାକୁ ପସନ୍ଦ କରନ୍ତି ନାହିଁ । ହେଲେ ଯେତେବେଳେ ଏହି ମିଥ୍ୟା ଖବର ତାଙ୍କର ବ୍ରାଣ୍ଡ 'ବାଷ୍ଟିଆନ୍' ଉପରେ ଖରାପ ପ୍ରଭାବ ପକାଇଲା, ସେତେବେଳେ ସେ ଚୁପ୍ ରହିବା ଉଚିତ୍ ମନେକଲେ ନାହିଁ। ରେଷ୍ଟୁରାଣ୍ଟର ମୂଳ ପ୍ରତିଷ୍ଠାତା ରଣଜୀତ ବିନ୍ଦ୍ରାଙ୍କ ସହ ଆଲୋଚନା କରିବା ପରେ ସେ ଏହି ସ୍ପଷ୍ଟୀକରଣ ରଖିଥିବା ପ୍ରକାଶ କରିଛନ୍ତି ।  ବାଷ୍ଟିଆନ୍ପୂର୍ବ ଭଳି ସୁଦୃଢ଼ ଭାବେ କାର୍ଯ୍ୟ କରୁଛି ଏବଂ ଏହାର ଚାରୋଟି ଭିନ୍ନ ବ୍ରାଣ୍ଡରେ ୮ଟି ଆଉଟଲେଟ୍ ରହିଛିବୋଲି ଶିଳ୍ପା ପ୍ରକାଶ କରିଛନ୍ତି । ନକାରାତ୍ମକ ପ୍ରଚାରକୁ ଏଡ଼ାଇ ସେ ନିଜ କାମରେ ଧ୍ୟାନ ଦେଉଛନ୍ତି ଏବଂ ଲୋକମାନେ ସତ୍ୟ ଓ ମିଥ୍ୟା ମଧ୍ୟରେ ଫରକ ଜାଣନ୍ତି ବୋଲି ସେ ଦୃଢ଼ଭାବରେ ଏହି ସାକ୍ଷାତ କାରରେ ପ୍ରକାଶ କରିଛନ୍ତି ।

Tags: