ରୋବଟ ପାଲଟିଛି ଧର୍ମଗୁରୁ

ରୋବଟ ପାଲଟିଛି ଧର୍ମଗୁରୁ
Ipsita Picture
By: Ipsita

 

ସମ୍ବନ୍ଧିତ ଖବର ମାଙ୍କଡଙ୍କୁ ଦିଆଯିବ ମାନସିକ ଶାନ୍ତି

ଜାପାନର କ୍ୟୋଟୋ ବିଶ୍ବବିଦ୍ୟାଳୟର ରିସର୍ଚ୍ଚରମାନେ ବୌଦ୍ଧ ଧର୍ମର ଧର୍ମଗୁରୁ ଭାବେ ଏକ ରୋବଟ ନିର୍ମାଣ କରିଛନ୍ତି । ଏହାର ନାମ ସେମାନେ ବୁଦ୍ଧାରାଇଡ ରଖିଛନ୍ତି । ମଣିଷଭଳି ଦେଖାଯାଉଥିବା ଏହି ରୋବଟ ମଣିଷଭଳି ଚାଲୁଥିବାବେଳେ ଲୋକଙ୍କୁ ଉତ୍ତର ମଧ୍ୟ ଦେଇ ପାରୁଛି । ଏହି ରୋବଟକୁ ଏଆଇ ମାଧ୍ୟମରେ ବୌଦ୍ଧ ଗ୍ରନ୍ଥ ପଢିବାକୁ ସୁଯୋଗ ଦିଆଯାଇଛି । ଯାହାଫଳରେ ଏହା ଧର୍ମ ସମ୍ପର୍କିତ ସମସ୍ତ ପ୍ରଶ୍ନର ଉତ୍ତର ଦେଇପାରୁଛି । ଏହା ଯେ କୌଣସି କଷ୍ଟ ପ୍ରଶ୍ନର ମଧ୍ୟ ଉତ୍ତର ଦେଇ ପାରୁଛି । ମନ୍ଦିରରେ ହେଉଥିବା ଡେମୋରେ ସେ ହାଥ ଯୋଡି ପ୍ରାର୍ଥନା କରିବା ସହିତ ଶ୍ରଦ୍ଧାଳୁଙ୍କ ପ୍ରଶ୍ନର ଉତ୍ତର ଦେଉଥିବା ଦେଖିବାକୁ ମିଳିଥିଲା । ସୋସିଆଲ ମିଡିଆରେ ସମସ୍ତେ ରୋବଟର ଖୁବ ପ୍ରଶଂସା କରୁଥିବା ଦେଖିବାକୁ ମିଳୁଛି, ଲୋକଙ୍କୁ ଏହା ଖୁବ ପସନ୍ଦ ଆସୁଛି ।

ସମ୍ବନ୍ଧିତ ଖବର ନିଆରା ଟ୍ରେଣ୍ଡ

Tags:

Related Posts