ଅସ୍ଥି ପାଇଥାଏ ପୂଜା
By: Ipsita
ସମ୍ବନ୍ଧିତ ଖବର ବିଶ୍ବକପ ପାଇଁ କୁକୁର ହତ୍ୟା
ଉତ୍ତରାଖଣ୍ଡରେ ଏଭଳି ଏକ ସ୍ଥାନ ରହିଛି ଯେଉଁଠାରେ ଠାକୁରଙ୍କ ପରିବର୍ତ୍ତେ ଅସ୍ଥି ପୂଜା ପାଇଥାଏ । ଏଠାରେ ଏକ ପଥର ରଖାଯାଇଛି ଯାହାକୁ ଭଗବାନ କାର୍ତ୍ତିକେୟଙ୍କର ଅସ୍ଥିବୋଲି ବିବେଚନା କରି ପୂଜା କରାଯାଇଥାଏ । ଏହି ମନ୍ଦିରର ନାଁ ରହିଛି କାର୍ତ୍ତିକ ସ୍ବାମୀ ମନ୍ଦିର, ଯାହା ପ୍ରାୟ ୩ ହଜାର ଫୁଟ ଉପରେ ପାହାଡର ଶୀର୍ଷରେ ରହିଛି । ଏଠାକୁ ଯିବାକୁ ହେଲେ ପାଖାପାଖି ୩ କିମି ଟ୍ରେକିଂ କରିଯିବାକୁ ହୋଇଥାଏ । ଲୋକକଥା ଅନୁସାରେ ଏଠାରେ ଗଣେଶ ଓ କାର୍ତ୍ତିକଙ୍କ ମଧ୍ୟରେ ଏକ ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା, ଯେଉଁଥିରେ କାର୍ତ୍ତିକ ହାରିଥିଲେ । ଏହାପରେ ସେ ଏହି ପର୍ବତରେ ସେ ନିଜ ବାପା ମାଆଙ୍କୁ ତପସ୍ୟା କରିଥିଲେ । ଏଠିକାର ସ୍ଥାନୀୟଲୋକ ଏହି ମନ୍ଦିରରେ ଅନେକ ସମୟରେ ପୂଜାଅର୍ଚ୍ଚନା କରିଥାଆନ୍ତି । ଏଠାକୁ ଆସୁଥିବା ପର୍ଯ୍ୟଟକମାନେ ମଧ୍ୟ ଏହି ମନ୍ଦିରରେ ପୂଜା କରିଥାଆନ୍ତି ।
ସମ୍ବନ୍ଧିତ ଖବର ପ୍ରାଗ୍
Tags:



