ଚୁଗୁଲି କଲେ ଗଣିବେ ତଣ୍ଡ
By: Ipsita
ସମ୍ବନ୍ଧିତ ଖବର ମୃତ୍ୟୁପରର ପ୍ରତିକ୍ରିୟା
ଛତିଶଗଡର ଏକ ଗ୍ରାମ ବର୍ତ୍ତମାନ ଖୁବ ଚର୍ଚ୍ଚାରେ ରହିଛି । ଗାଁର ସମସ୍ତ ଲୋକ ମିଶି କିଛି ଭିନ୍ନ ଧରଣର ନିୟମ କରିଛନ୍ତି ଯେଉଁ କାରଣରୁ ଏହା ଚର୍ଚ୍ଚାକୁ ଆସିଛି । ସୂଚନା ଅନୁସାରେ ଏଠିକାର ଏକ ଗ୍ରାମରେ ଯଦି ଲୋକମାନେ ଅନ୍ୟ ନାଁରେ ଚୁଗୁଲି କରିବେ ତେବେ ଜରିମାନା ଗଣିବାକୁ ହେବ । କେବଳ ଏତିକି ନୁହେଁ ଏଠିକାର ଲୋକଙ୍କ ପାଇଁ ଆହୁରି ଅନେକ ନିୟମ କରାଯାଇଛି । ଯଦି ଗ୍ରାମର କୌଣସି ସ୍ଥାନରେ ଏକାଠି ହୋଇ ଏତା ନାଁରେ ଚୁଗୁଲି କରୁଛନ୍ତି ତେବେ ୫ହଜାର, ମଦ ବିକ୍ରି କରିଲେ କିମ୍ବା କୌଣସି ସାର୍ବଜନିନ ସ୍ଥାନରେ ମଦ ପିଇଲେ ୧୦ ହଜାର ଜରିମାନା ଦେବାକୁ ହେବ । ସେହିଭଳି ଯଦି କୌଣସି ସାମାଜିକ କାର୍ଯ୍ୟ କିମ୍ବା ଧାର୍ମିକ କାର୍ଯ୍ୟରେ ମଦ୍ୟପାନ କରି ସାମିଲ ହେବେ ତେବେ ୫ ହଜାର ଜରିମାନା ଦେବାକୁ ହେବ । ଆଦାୟ ହୋଇଥିବା ଜରିମାନା ଅର୍ଥକୁ ଗ୍ରାମର ବିକାଶ ପାଇଁ ଉପଯୋଗ କରାଯିବ । ସୋସିଆଲ ମିଡିଆରେ ଏହି ନିୟମକୁ ସମସ୍ତେ ଖୁବ ପ୍ରଶଂସା କରିବାରେ ଲାଗିଛନ୍ତି ।
ସମ୍ବନ୍ଧିତ ଖବର ବିଶ୍ବକପ ପାଇଁ କୁକୁର ହତ୍ୟା
Tags:



