ଯାତ୍ରା ପାର୍ଟି ବସ ଓଲଟି ୨୦ରୁ ଉର୍ଦ୍ଧ୍ବ କଳାକାର ଆହତ

ଯାତ୍ରା ପାର୍ଟି ବସ ଓଲଟି ୨୦ରୁ ଉର୍ଦ୍ଧ୍ବ କଳାକାର ଆହତ

ଦେବଗଡ଼:ଦେବଗଡ ଜିଲ୍ଲା ରିଆମାଳ ଥାନା କଂସର ଫାଣ୍ଡି ଅନ୍ତର୍ଗତ ଡଙ୍ଗାପଥର ଘାଟିରେ ଅଭାବନୀୟ ଘଟଣା ଘଟିଛି। ଡଙ୍ଗାପଥର ଘାଟିରେ ଭାରସାମ୍ୟ ହରାଇ ଅପେରା ୱେଷ୍ଟର୍ଣ୍ଣ ଓଡିଶା ଯାତ୍ରା ପାର୍ଟି ବସ ଓଲଟି ପଡିଛି । ଫଳରେ ୨୦ ରୁ ଅଧିକ କଳାକାର ଆହତ ହୋଇଛନ୍ତି । ଡଙ୍ଗାପଥର ଗାଁରୁ ଯାତ୍ରା ସାରି ଘରକୁ ଫେରୁଥିବା ବେଳେ ଏଭଳି ଅଘଟଣ ଘଟିଛି ।

ସମ୍ବନ୍ଧିତ ଖବର ବାରିପଦାରେ ଆରମ୍ଭ ହେବ ଏୟାର ଟାକ୍ସି ସେବା

ବସ୍‌ରେ ଥିବା ସମସ୍ତ କଳାକାର ଆହତ ହୋଇଥିବାବେଳେ କିଛି ଲୋକଙ୍କର ସ୍ୱାସ୍ଥ୍ୟବସ୍ଥା ଗୁରୁତର ରହିଛି । ସ୍ଥାନୀୟ ଲୋକ ତୁରନ୍ତ ଗୁରୁତରଙ୍କୁ ଉଦ୍ଧାର କରି କଂସର ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। ପ୍ରାଥମିକ ଚିକିତ୍ସା ପରେ ଗୁରୁତର ଆହତଙ୍କୁ ଦେବଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି। ରିଆମାଳ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ସମ୍ବନ୍ଧିତ ଖବର ୨୦୦ କୋଟି ମୂଲ୍ୟର ଗଞ୍ଜେଇ ତେଲ ଜବତ

Tags: