କମିଶନରେଟ ପୋଲିସ ପକ୍ଷରୁ ଟ୍ୱିନ ସିଟିରେ ହୋଲି ପାଳନ ପ୍ରସ୍ତୁତି ବୈଠକ

 କମିଶନରେଟ ପୋଲିସ ପକ୍ଷରୁ ଟ୍ୱିନ ସିଟିରେ ହୋଲି ପାଳନ ପ୍ରସ୍ତୁତି ବୈଠକ

ଭୁବନେଶ୍ୱର : ଆଉ ଦିନକ ପରେ ହୋଲି । ଶାନ୍ତି ଶୃଙ୍ଖଳାର ସହ ହୋଲି ପାଳନ ନେଇ ପୋଲିସର ପ୍ରସ୍ତୁତି ସରିଛି । ରାଜ୍ୟବାସୀଙ୍କ ନିରାପତ୍ତା ତଥା ସୁରକ୍ଷାକୁ ପ୍ରାଧାନ୍ୟ ଦିଆଯାଉଛି । ଏନେଇ ଗତ ୨୭ତାରିଖରେ ପୋଲିସ ଡିଜି ବୈଠକରେ ବିଭିନ୍ନ ଦିଗ ପ୍ରତ ନଜର ଦେବାକୁ ସବୁ ଏସପି ମାନଙ୍କୁ କୁହାଯାଇଥିଲା । ସୋସିଆଲ ମିଡିଆରେ ଗୁଜବ, ବିଭ୍ରାନ୍ତିକର ଓ ଉତ୍ତେଜନାମୂଳକ ପ୍ରଚାର ରୋକିବା ଉପରେ ଗୁରୁତ୍ବ ଦିଆଯାଇଛି । ସାଇବର ସେଲ ଦ୍ଵାରା ବିଭିନ୍ନ ସୋସିଆଲ ମିଡିଆ ପ୍ଲାଟଫର୍ମ ଉପରେ ନଜର ଦିଆଯାଉଛି ।

ସମ୍ବନ୍ଧିତ ଖବର ହଳଦିଆ ପଦରରେ ଟେକ୍ନିକାଲ ଟିମ

ସମ୍ବେଦନଶୀଳ ସ୍ଥାନ ଗୁଡିକରେ ପୋଲିସ ପାଟ୍ରୋଲିଂ, କଡାକଡି ଚେକିଂ, ଶୋଭାଯାତ୍ରା ସମୟରେ ସୁରକ୍ଷା ବ୍ୟବସ୍ଥା, ସହରର ସମ୍ବେଦନଶୀଳ ସ୍ଥାନ ଗୁଡିକରେ ସିସିଟିଭି ସ୍ଥାପନ ଆଦିକୁ ଫୋକସ ଦିଆଯାଇଛି । ଅଭ୍ୟାସଗତ ଅପରାଧୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ନିଶା କାରବାର ଉପରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ମଧ୍ୟ ପ୍ରଧାନ୍ୟ ଦିଆଯାଇଛି ।

ସମ୍ବନ୍ଧିତ ଖବର ତୋଷାଳୀ ଭବନରେ ନିଆଁ

ସେହିପରି ହୋଲି ଉତ୍ସବ ପାଳନ ବେଳେ କୌଣସି ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇବା ପାଇଁ କଟକ ସହରରେ ମଧ୍ୟ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ଆଇନଶୃଙ୍ଖଳା ବ୍ୟବସ୍ଥା ବଜାୟ ରଖିବା, ଅସାମାଜିକ ଯୁବକଙ୍କ ଉପରେ ନଜର ରଖିବା ଓ ଅପରାଧୀଙ୍କୁ ସାବାଡ଼ କରିବା ପାଇଁ କଟକ ପୁଲିସ ପକ୍ଷରୁ ସହରରେ ୧୭ ପ୍ଳାଟୁନ୍ ଫୋର୍ସ ନିୟୋଜିତ ହେବ । ବିଭିନ୍ନ ସମ୍ବେଦନଶୀଳ ସ୍ଥାନରେ ସଦା ପୋଷାକରେ ପୋଲିସ ମୁତୟନ ରହିବେ । ସଂପୂର୍ଣ୍ଣ କଟକ ସହରକୁ ୨ଟି ସେକ୍ଟର ଓ ୬ ଜୋନ୍‌ରେ ବଣ୍ଟାଯାଇ ସୁରକ୍ଷା ବ୍ୟବସ୍ଥାକୁ ନିୟନ୍ତ୍ରଣ କରାଯିବ । ଗୁରୁତ୍ୱପୂର୍ଣ୍ଣ ଛକ ଓ ପ୍ରମୁଖ ରାସ୍ତାରେ ଥାନାର ଅଧିକାରୀମାନେ ଉପସ୍ଥିତ ରହିବେ । ଥାନା ପିସିଆର ସହିତ ୧୧୨ ଭ୍ୟାନ୍ ଓ ବାଇକ୍ ପିସିଆର୍ ହୋଲି ଖେଳ ଶେଷ ହେବା ପର୍ଯ୍ୟନ୍ତ ସହର ସାରା ପଇଁତରା ମାରିବ । ଏହାଛଡ଼ା ଆଇନଶୃଙ୍ଖଳା ପରିସ୍ଥିତିର ମୁକାବିଲା ଲାଗି ୨ ପ୍ଲାଟୁନ୍ ଫୋର୍ସ ରିଜର୍ଭ ହୋଇ ରହିବ । ୩ ଅତିରିକ୍ତ ଡିସିପି ସୁରକ୍ଷା ବ୍ୟବସ୍ଥାକୁ ତଦାରଖ କରିବେ । ହୋଲି ଦିନ କଟକ କମିସନରେଟ ଅଧୀନସ୍ଥ ସମସ୍ତ ଥାନାର ଅଧିକାରୀ ଓ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି । ଖୋଦ୍ ଡିସିପି ଖିଲାରି ରିଷିକେଶ ଦ୍ୟାନ୍ଦେଓ ସହର ବୁଲି ସ୍ଥିତି ଯାଞ୍ଚ୍ କରିବେ ।

ସମ୍ବନ୍ଧିତ ଖବର କ୍ୟାପିଟାଲ ହସ୍ପିଟାଲ ଚତୁର୍ପାଶ୍ୱରୁ ଜବର ଦଖଲ ଉଚ୍ଛେଦ

 

Tags: