ସଂତୃପ୍ତ ଓ ଦତ୍ତେଶ୍ୱର ବିଜେଡି ର ରାଜ୍ୟସଭା ପ୍ରାର୍ଥୀ

ସଂତୃପ୍ତ ଓ ଦତ୍ତେଶ୍ୱର ବିଜେଡି ର ରାଜ୍ୟସଭା ପ୍ରାର୍ଥୀ
Samaya Live News Picture
Published On

ଭୁବନେଶ୍ୱର : ସମସ୍ତ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ରାଜ୍ୟସଭା ପ୍ରାର୍ଥୀ ଘୋଷଣା କରିଛି ବିଜେଡି । ସଂତୃପ୍ତ ମିଶ୍ର ଓ ଡ଼ଃ.ଦତ୍ତେଶ୍ୱର ହୋତାଙ୍କ ନାଁ ଘୋଷଣା କରିଛନ୍ତି ସୁପ୍ରିମୋ ନବୀନ ପଟ୍ଟନାୟକ । ସତୃପ୍ତ ମିଶ୍ର ନବୀଙ୍କ ବ୍ୟକ୍ତିଗତ ସଚିବ ରହିଥିବାବେଳେ, ଦତ୍ତେଶ୍ଵର ହୋତା ଜଣେ ଜଣେ କମନ କ୍ୟାଣ୍ଡିଡେଟ ବା ନିର୍ଦଳୀୟ ପ୍ରାର୍ଥୀ । ସେ କ୍ୟାପିଟାଲ ହସ୍ପିଟାଲରେ  ୟୁରୋଲୋଜିଷ୍ଟ ରହିଥିଲେ I ତେଣୁ ସେ ଜଣେ ଅଣ ରାଜନୈତିକ ବ୍ୟକ୍ତି ହୋଇଥିବାରୁ ତାଙ୍କୁ  ସମସ୍ତ ଦଳ ସମର୍ଥନ କରନ୍ତୁ ବୋଲି କହିଛନ୍ତି ନବୀନ । ସଂତୃପ୍ତ ତୃତୀୟ ଓ ଦତ୍ତେଶ୍ଵର ଚତୁର୍ଥ ଆସନ ପାଇଁ ପ୍ରାର୍ଥୀ ହୋଇଛନ୍ତି ।

ସୂଚନାନୁସାରେ,ଡାକ୍ତର ଦତ୍ତେଶ୍ୱର ହୋତା ହେଉଛନ୍ତି ଓଡ଼ିଶା ସ୍ବାସ୍ଥ୍ୟ ବିଶ୍ବବିଦ୍ୟାଳୟର ପ୍ରଥମ କୁଳପତି। ଏହାସହ ସେ ଏସ୍‌ସିବି ଓ ପରେ କ୍ୟାପିଟାଲ ହସ୍ପିଟାଲର ୟୁରୋଲୋଜି ବିଭାଗର ମୁଖ୍ୟ ଥିଲେ । ଏହାପରେ  ଏସ୍‌ସିପି ମେଡିକାଲ କଲେଜର ଡିନ୍‌ ଓ ପ୍ରିନ୍ସିପାଲ ଥିଲେ। କିଡ୍‌ନୀ ଟ୍ରାନ୍ସପ୍ଲାଣ୍ଟ, ଲିଭର ଟ୍ରାନ୍ସପ୍ଲାଣ୍ଟ ୟୁନିଟ୍‌ ପ୍ରତିଷ୍ଠାରେ ତାଙ୍କର ଅବଦାନ ବହୁତ ରହିଛି।

ସେହିପରି ସଂତୃପ୍ତ ମିଶ୍ର ଆଦିତ୍ୟ ବିର୍ଲା ଗ୍ରୁପ୍‌ର ନିର୍ଦ୍ଦେଶକ ଭାବରେ ପୂର୍ବରୁ କାର୍ଯ୍ୟ କରିଥିଲେ।  ଚାକିରିରୁ ସେଚ୍ଛାକୃତ ଭାବରେ ଅବସର ନେଇ ୨୦୨୪ରେ ବିଜୁ ଜନତା ଦଳରେ ଯୋଗ ଦେଇଥିଲେ। 

 

Tags: