ପସନ୍ଦ ଆସିଛି ଧୁରନ୍ଧର ସିକୁଏଲ

ପସନ୍ଦ ଆସିଛି ଧୁରନ୍ଧର ସିକୁଏଲ
Ipsita Picture
By: Ipsita
Published On

 

ରଣବୀର ସିଂହଙ୍କ ଅଭିନୀତ ସୁପରହିଟ୍ ଫିଲ୍ମ 'ଧୁରନ୍ଧର' ପରେ ଏବେ ଏହାର ଦ୍ୱିତୀୟ ଭାଗକୁ ନେଇ ଦର୍ଶକଙ୍କ ମଧ୍ୟରେ ପ୍ରବଳ ଉତ୍କଣ୍ଠା ପ୍ରକାଶ ପାଇଛି । ସୂଚନା ଅନୁସାରେ ଦ୍ବିତୀୟଭାଗ ଆସନ୍ତା ମାର୍ଚ୍ଚ ୧୯ ତାରିଖରେ ପରଦାକୁ ଆସିବ। ଏହି ପରିପ୍ରେକ୍ଷୀରେ ଫିଲ୍ମର ନିର୍ଦ୍ଦେଶକ ଆଦିତ୍ୟ ଧରଙ୍କ ପତ୍ନୀ ତଥା ଅଭିନେତ୍ରୀ ୟାମୀ ଗୌତମ ନିକଟରେ ଏକ ସାକ୍ଷାତକାରରେ ଫିଲ୍ମକୁ ନେଇ କିଛି ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି। ୟାମୀ ସୂଚନା ଦେଇଛନ୍ତି କି, ସେ 'ଧୁରନ୍ଧର ୨' ଦେଖିସାରିଛନ୍ତି ଏବଂ ଏହା ଏକ ଅସାଧାରଣ ଫିଲ୍ମ ହୋଇଛି । ଫିଲ୍ମଠିକୁ ଦେଖିବାପରେ ୟାମୀ ଖିବ ଭାବୁକ ହୋଇପଡ଼ିଥିବା ପ୍ରକାଶ କରିଛନ୍ତି । ନିଜ ସ୍ୱାମୀଙ୍କ କାର୍ଯ୍ୟଦକ୍ଷତାକୁ ପ୍ରଶଂସା କରି ସେ କହିଛନ୍ତି ଯେ 'ଉରି' ଭଳି ଫିଲ୍ମ କରିଥିବା ଆଦିତ୍ୟଙ୍କ ପାଖରେ ଏଭଳି ଚଳଚ୍ଚିତ୍ର ନିର୍ମାଣ ପାଇଁ ଏକ ଅଦ୍ଭୁତ ଜିଦ ରହିଛି, ଯାହା ବିନା ଏହା ସମ୍ଭବ ହୋଇନଥାନ୍ତା। ଧୁରନ୍ଧର ୨ ରେ ରଣବୀର ସିଂହଙ୍କ ସମେତ ଆର. ମାଧବନ୍, ଅର୍ଜୁନ ରାମପାଲ ଏବଂ ସଞ୍ଜୟ ଦତ୍ତଙ୍କ ଭଳି ବଡ଼ କଳାକାର ନଜର ଆସିବେ ।

Tags: