ଚକୋଲେଟ ଟ୍ରେନ

ଚକୋଲେଟ ଟ୍ରେନ
Ipsita Picture
By: Ipsita

 

ସମ୍ବନ୍ଧିତ ଖବର ବିବାହର ନୂଆ ନିୟମ

ୟୁରୋପର ଜଣେ ଆର୍ଟିଷ୍ଟ ନିକଟରେ ଏକ ଟ୍ରେନ ନିର୍ମାଣ କରିଛନ୍ତି ଯାହାସେ ଚକୋଲେଟକୁ ବ୍ୟବହାର କରି ପ୍ରସ୍ତୁତ କରିଛନ୍ତି । ଏହି ଟ୍ରେନର ଲମ୍ବ ୫୫ ମିଟର ରହିଥିବାବେଳେ ଏହା ଦେଖିବାକୁ ଖୁବ ସୁନ୍ଦର ହୋଇଛି । ଏଣ୍ଡ୍ରୁ ଫାରୁଗିଆ ନାମକ ଏହି ଆର୍ଟିଷ୍ଟ ତୃତୀୟ ଥର ପାଇଁ ଏହି ବିଶ୍ବ ରେକର୍ଡ କରିଛନ୍ତି । ଏହି ଟ୍ରେନର ଲମ୍ବ ୫୫.୨୭ ମିଟର ହୋଇଥିବାବେଳେ ଏଥିରେ ଷ୍ଟିମ ଇଞ୍ଜିନ ସହିତ ୨୨ଟି ବଗି ଲାଗିଛି । ଟ୍ରେନର ପ୍ରତ୍ୟେକ ଡବାର ଓଜନ ୧୬୦ କିଗ୍ରା ରହିଛି । ଏହି ଟ୍ରେନଟି ପ୍ରସ୍ତୁତ କରିବା ପାଇଁ ଆର୍ଟିଷ୍ଟ ଜଣଙ୍କ ବେଲଜିୟମ ଚକୋଲେଟରେ ନିର୍ମାଣ କରାଯାଇଛି, ଯାହା ବେଶ ସ୍ବାଦିଷ୍ଟ ଓ ଦାମୀ । ପାଖାପାଖି ୧ ବର୍ଷର ଯୋଜନା ଓ ୪ମାସର ପରିଶ୍ରମ ପରେ ଏହି ଟ୍ରେନଟିକୁ ନିର୍ମାଣ କରାଯାଇଛି । ପ୍ରଥମେ ମାଟିରେ ଏହାର ଏକ ମଡେଲ ନିର୍ମାଣ କରାଯାଇଥିଲା ଯାହାପରେ ଚକୋଲେଟ ବ୍ୟବହାର କରି ଏହାକୁ ନିର୍ମାଣ କରାଯାଇଥିଲା ।

ସମ୍ବନ୍ଧିତ ଖବର ନିଆରା ପାଠ୍ୟକ୍ରମ

Tags:

Related Posts