କରାଚୀରେ ଖେମିନି ସମର୍ଥକଙ୍କ ଉପରେ ଆମେରିକା ସେନାର ଆକ୍ରମଣରେ ୧୨ ଜଣଙ୍କ ମୃତ୍ୟୁ
କରାଚୀ: ଆମେରିକା-ଇସ୍ରାଏଲ-ଇରାନ ଯୁଦ୍ଧ ଉତ୍ତେଜନା ଚରମ ସୀମାରେ ପହଞ୍ଚିଥିବାବେଳେ ଆଜି କରାଚୀରେ ଆମେରିକା ଦୂତାବାସ ବାହାରେ ହିଂସାତ୍ମକ ସଂଘର୍ଷ ବେଳେ ଆମେରିକା ସେନାର ଗୁଳିମାଡ଼ରେ ୧୨ ପାକିସ୍ତାନୀ ଆନ୍ଦୋଳନକାରୀଙ୍କ ମୃତ୍ୟୁ ହୋଇଛି। ସିଆ ଗୋଷ୍ଠୀ ଦ୍ବାରା ଆମେରିକା ଏବଂ ଇସ୍ରାଏଲର ଇରାନ ଉପରେ ଆକ୍ରମଣକୁ ବିରୋଧ କରି ଆନ୍ଦାଳନ କରାଯାଇଥିବାବେଳେ ଏହା କରାଚୀ ସ୍ଥିତ ଆମେରିକା ଦୂତାବାସ ବାହାରେ ହିଂସାତ୍ମକ ମୋଡ଼ ନେଇଥିଲା। ସିଆ ଆନ୍ଦୋଳନକାରୀ ୱାସିଂଟନ ଏବଂ ତେଲ ଅବିବକୁ ନିନ୍ଦା କରି ସ୍ଲୋଗାନ ଦେଇଥିଲେ। ଆନ୍ଦୋଳନକାରୀଙ୍କୁ ଘଉଡ଼ାଇବାପାଇଁ ପୁଲିସକୁ ଲୁହବୁହା ଗ୍ୟାସ ସେଲ୍ ପ୍ରୟୋଗ କରିବାକୁ ପଡ଼ିଥିଲା। ଉଲ୍ଲେଖଯୋଗ୍ୟ ଯେ ପାକିସ୍ତାନରେ ଏବେ ଇରାନ ଉପରେ ଆକ୍ରମଣକୁ ବିରୋଧ କରି ବିଭିନ୍ନ ସ୍ଥାନରେ ଜୋରଦାର ଆନ୍ଦୋଳନ ଏବଂ ହିଂସା ପ୍ରଦର୍ଶନ କରାଯାଇଛି।
Tags:



