ଶୁକ୍ରୁ କୁ ଖୋଜୁଛି ଡ୍ରୋନ୍
ମାଲକାନଗିରି : ନିସ୍ତାର ପାଇବ ନାହିଁ ଦୁର୍ଦ୍ଦାନ୍ତ ମାଓ ନେତା ଶୁକ୍ରୁ । ମାଓ ବିରୋଧୀ ଅଭିଯାନକୁ ଅଧିକ ତୀବ୍ର କରିଛି ସୁରକ୍ଷା ବାହିନୀ । ମାଓ ପ୍ରବଣ ଇଲାକାରେ ସୁରକ୍ଷାବାହିନୀର ବଡ଼ ଧରଣର ଆଣ୍ଟି ନକ୍ସଲ ଅପରେସନ । ସାଥି ମାଓବାଦୀଙ୍କ ସହ ଶୁକ୍ରୁକୁ ଧରିବା ଲାଗି ମୁତୟନ ହୋଇଛି ଡ୍ରୋନ୍ । ଲଗାତାର ୪ ଦିନ ଧରି ଦାରିଙ୍ଗବାଡି ମାଓ ପ୍ରବଣ ଇଲାକାରେ ମାଓବାଦୀଙ୍କୁ ଖୋଜୁଛି ସୁରକ୍ଷା ବାହିନୀ ।
ଶୁକ୍ରୁର ଗତିବିଧି ଉପରେ ତୀକ୍ଷଣ ନଜର ରଖିବା ଲାଗି ଆକାଶ ମାର୍ଗରେ ଉଡି ବୁଲୁଛି ଓଡ଼ିଶା ପୋଲିସର ଅତ୍ୟାଧୁନିକ ଡ୍ରୋନ୍ ! ଘଞ୍ଚ ଜଙ୍ଗଲ ଓ ଦୁର୍ଗମ ଇଲାକରେ ସୁରକ୍ଷା କର୍ମୀ ଜଗି ରହିଥିବାବେଳେ ଆକାଶ ଉପରୁ କଡ଼ା ନଜର ରଖୁଛି ଏହି ଡ୍ରୋନ୍ ! ମାଓ ନେତା ଶୁକ୍ରୁ ଉପରେ ଆକାଶ ମାର୍ଗରୁ କିଭକି ଭାବେ ଡ୍ରୋନ୍ ସାହାଯ୍ୟରେ କଡ଼ା ନଜର ରଖାଯାଉଛି ।
ସୂତ୍ର ଅନୁଯାୟୀ, ଓଡ଼ିଶା ପୋଲିସ ନେତୃତ୍ୱରେ ମିଳିତ ଅଭିଯାନରେ ଗୁରୁବାର ଦିନ ଦାରିଙ୍ଗବାଡି ଏବଂ ରାଇକିଆ ଅଞ୍ଚଳରେ 13 ଟି ନୂତନ SOG ଦଳ, ଜିଲ୍ଲା ସ୍ୱେଚ୍ଛାସେବୀ ବାହିନୀ (DVF), ସୀମା ସୁରକ୍ଷା ବାହିନୀ (BSF) ଏବଂ କେନ୍ଦ୍ରୀୟ ରିଜର୍ଭ ପୋଲିସ ବାହିନୀ (CRPF) ସାମିଲ ଅଛନ୍ତି, ଯେଉଁଠାରେ ସୁକ୍ରୁ ଏବଂ ତାଙ୍କ ଦଳ ଲୁଚି ରହିଥିବା ଆଶା କରାଯାଉଛି।
ସୂଚନାନୁସାରେ, ଜାନୁଆରୀ ୨୯ ତାରିଖରେ କେକେବିଏନ (କଳାହାଣ୍ଡି-କନ୍ଧମାଳ-ବୌଦ୍ଧ-ନୟାଗଡ଼) କମିଟି ସଦସ୍ୟ (ଡିଭିସିଏମ୍) ୩୧ ବର୍ଷୀୟ ଅନୱେଶର ମୃତଦେହ କନ୍ଧମାଳରୁ ମାଟିତଳୁ ପୋଲିସ ଉଦ୍ଧାର କରିଥିଲା । ଅନୱେଶକୁ ଶୁକ୍ରୁ ହତ୍ୟାକରୀ ପୋତିଦେଇଥିବା ପ୍ରାଥମିକ ସୂଚନା ମିଳିଥିଲା । ମାଓବାଦୀଙ୍କ ଆତ୍ମସମର୍ପଣ ଯୋଜନା ବିଷୟରେ ସୂଚନା ପାଇବା ପରେ ସୁକ୍ରୁ ଗୋଷ୍ଠୀ ଅନୱେଶଙ୍କୁ ହତ୍ୟା କରି ତାଙ୍କ ମୃତଦେହକୁ ପୋତି ଦେଇଥିଲେ। ଅନୁସନ୍ଧାନ କରି ସୁରକ୍ଷା ବାହିନୀ ଏହାକୁ ଉଦ୍ଧାର କରିଥିଲେ, ଏନେଇ ଏଡିଜି ସଞ୍ଜୀବ ପଣ୍ଡା ଗଣମାଧ୍ୟମକୁ ସୂଚନା ଦେଇଥିଲେ ।



