ନୋଟରେ ସଜାହେଲେ ମହାଦେବ

ନୋଟରେ ସଜାହେଲେ ମହାଦେବ
Ipsita Picture
By: Ipsita

 

ସମ୍ବନ୍ଧିତ ଖବର ଅସ୍ଥି ପାଇଥାଏ ପୂଜା

ଉଜ୍ଜୈନର ବଡନଗରରେ ଥିବା ବୁଦ୍ଧେଶ୍ବର ମହାଦେବଙ୍କ ମନ୍ଦିରରେ ଭଗବାନ ଶିବଙ୍କର ମୂର୍ତ୍ତିକୁ ଏକ କୋଟି ମୂଲ୍ୟର ନୋଟରେ ସଜାଯାଇଛି । ଠାକୁରଙ୍କର ମୁକୁଟ, ହାର ସହିତ କାନ୍ଥକୁ ମଧ୍ୟ ଏହି ନୋଟରେ ସଜାଯାଇଛି । ଏହି ସାଜସଜ୍ଜା ପାଇଁ ୧୦ ଟଙ୍କିଆ ଠାରୁ ୫୦୦ ଟଙ୍କିଆ ନୋଟ ପର୍ଯ୍ୟନ୍ତ ବ୍ୟବହାର କରାଯାଇଛି । ଏହି ସମୟରେ ୭ଜଣ କଳାକାର ୨ ଦିନ ପର୍ଯ୍ୟନ୍ତ କାର୍ଯ୍ୟ ଜାରି ରଖିଥିଲେ, ଯାହା ପରେ ଏହା ସମ୍ପୂର୍ଣ୍ଣ ହୋଇଥିଲା । ସେହିଭଳି ଏହି ସମସ୍ତ ନୋଟ ଗୁଡିକୁ ଶ୍ରଦ୍ଧାଳୁ ମାନେ ଠାକୁରଙ୍କ ସାଜସଜ୍ଜା ପାଇଁ ପ୍ରଦାନ କରିଥିଲେ, ଯାହାକୁ ବର୍ତ୍ତମାନ ସେମାନଙ୍କୁ ହିଁ ଫେରାଇ ଦିଆ ଯିବ ବୋଲି ସୂଚନା ରହିଛି । ବାବାଙ୍କ ସାଜସଜ୍ଜା ପାଇଁ ପାଖାପାଖି ୩ ରୁ ୪ଦିନ ପାଇଁ ସମସ୍ତେ ଏହି ଅର୍ଥକୁ ମନ୍ଦିରକୁ ପ୍ରଦାନ କରିଥାଆନ୍ତି । ଏହା ଏକ ନିଆରା ପରମ୍ପରା ଭାବେ ଏଠାରେ ପାଳନ କରାଯାଇଥାଏ ।

ସମ୍ବନ୍ଧିତ ଖବର ଚକୋଲେଟ ଟ୍ରେନ

Tags:

Related Posts