ଫଳରେ ଅପମିଶ୍ରଣ ଓ ସ୍ୱାସ୍ଥ୍ୟ ପ୍ରତି ବିପଦ

ଫଳରେ ଅପମିଶ୍ରଣ ଓ ସ୍ୱାସ୍ଥ୍ୟ ପ୍ରତି ବିପଦ
Ipsita Picture
By: Ipsita

 

ସମ୍ବନ୍ଧିତ ଖବର ଦୁଗ୍ଧଜାତ ଦ୍ରବ୍ୟର ଭଲମନ୍ଦ

ଭଲ ସ୍ୱାସ୍ଥ୍ୟ ପାଇଁ ଆମେ ଫଳ ଖାଇଥାଉ, କିନ୍ତୁ ଅପମିଶ୍ରିତ ଫଳ ଖାଇବା ଦ୍ୱାରା ଓଲଟା ପ୍ରଭାବ ପଡ଼ିପାରେ । ଏହା ଦ୍ୱାରା ଫୁଡ୍ ପଏଜନିଂ, ବିଭିନ୍ନ ଗମ୍ଭୀର ରୋଗ ସହିତ ଶରୀରରେ ପୋଷକ ତତ୍ତ୍ୱର ଅଭାବ ଦେଖାଦେଇଥାଏ । ତେଣୁ ସବୁବେଳେ ଫଳ ଖାଇବା ପୂର୍ବରୁ କିଛି ଦିଗପ୍ରତି ଧ୍ୟାନ ଦିଅନ୍ତୁ ।

ସମ୍ବନ୍ଧିତ ଖବର ମସ୍ତିଷ୍କାଘାତ

୧. ସେଓରେ ମହମର ଆସ୍ତରଣ

ସମ୍ବନ୍ଧିତ ଖବର ମଧୁମେହ ଓ ମାନସିକ ସ୍ବାସ୍ଥ୍ୟ

ସେଓକୁ ସୁନ୍ଦର ଦେଖାଯିବା ପାଇଁ ଏଥିରେ କେମିକାଲ୍ ଯୁକ୍ତ ମହମ ବ୍ୟବହାର କରାଯାଏ । ଯାହା ଖାଲି ଆଖିକୁ ଦେଖାଯାଇ ନଥାଏ କିନ୍ତୁ ଏହି କେମିକାଲ ପେଟ ଭିତରକୁ ଗଲେ ଅନେକ କ୍ଷତି ଘଟିଥାଏ । ଏହା ପେଟ ଭିତରକୁ ଯିବା ଦ୍ବାରା ହଜମ ପ୍ରକ୍ରିୟାରେ ସମସ୍ୟା ଏବଂ ଅନ୍ତନଳୀରେ ଯନ୍ତ୍ରଣା ସୃଷ୍ଟି ହୋଇଥାଏ । ତେବେ ସବୁବେଳେ ଘରକୁ ସେଓ ଆଣିଲେ ଉଷୁମ ଲୁଣ ପାଣିରେ ୫ ମିନିଟ୍ ପାଇଁ ବୁଡ଼ାଇ ରଖନ୍ତୁ । ଯଦି ପାଣିରେ କିଛି ଅବଶେଷ ରହେ, ତେବେ ଜାଣିବେ ସେଥିରେ କେମିକାଲ୍ ଅଛି ।

୨. ଆମ୍ବରେ କ୍ୟାଲସିୟମ୍ କାର୍ବାଇଡ୍

ଆମ୍ବକୁ କୃତ୍ରିମ ଭାବେ ପଚାଇବା ପାଇଁ କ୍ୟାଲସିୟମ୍ କାର୍ବାଇଡ୍ ବ୍ୟବହାର କରାଯାଏ। କାର୍ବାଇଡ୍ ଦ୍ୱାରା ପାଚିଥିବା ଆମ୍ବ ବାହାରକୁ ସୁନ୍ଦର ଦେଖାଗଲେ ମଧ୍ୟ ସେଥିରେ କଳା ଦାଗ ଥାଏ । ଏହାର ପ୍ରାକୃତିକ ବାସ୍ନା ଏବଂ ସ୍ୱାଦ ମଧ୍ୟ ନଥାଏ । ଏଭଳି ଆମ୍ବ ଖାଇବାରୁ ନିବୃତ୍ତ ରୁହନ୍ତୁ , ଏହାକୁ ଖାଇବା ଦ୍ବାରା ଅନେକ ସ୍ବାସ୍ଥ୍ୟ ସମସ୍ୟା ହେବାର ଭୟ ରହିଥାଏ । ସବୁବେଳେ ଚେଷ୍ଟା କରନ୍ତୁ ଦେଶୀ ଆମ୍ବ ଖାଇବାକୁ ।

୩. ତରଭୁଜରେ ଅକ୍ସିଟୋସିନ୍

ତରଭୁଜର ଆକାର ବଢ଼ାଇବା ଏବଂ ଏହାକୁ ଅଧିକ ମିଠା କରିବା ପାଇଁ ଅକ୍ସିଟୋସିନ୍ ଇଞ୍ଜେକ୍ସନ୍ ଦିଆଯାଏ । ତେବେ ଏହାକୁ ଜାଣିବା କଷ୍ଟ ହୋଇଥାଏ । ତେଣୁ ଯଦି ପାରୁଛନ୍ତି ଚାଷୀଙ୍କ ଠାରୁ ତରଭୁଜ କିଣି ଖାଇବାକୁ ପ୍ରୟାସ କରନ୍ତୁ । ତରଭୁଜରେ ଦିଆଯାଉଥିବା ଏହି ଇଞ୍ଜେକସନ ଶରୀରରେ ହରମୋନ୍ର ସନ୍ତୁଳନରେ ସମସ୍ୟା ସୃଷ୍ଟି କରେ । ଏହାସହିତ ଆହୁରି ନାନା ସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି କରିଥାଏ ।

୪. ଅଙ୍ଗୁରରେ କୃତ୍ରିମ ମିଠା

ଅଙ୍ଗୁରକୁ ଅଧିକ ମିଠା କରିବା ପାଇଁ ସେଥିରେ କୃତ୍ରିମ ସୁଇଟନର ଇଞ୍ଜେକ୍ସନ୍ ଦିଆଯାଉଥିବା ଅଭିଯୋଗ ହେଉଛି । ଏହା ବ୍ୟତୀତ ଅଙ୍ଗୁର ଉପରେ କୀଟନାଶକର ଅବଶେଷ ରହିଥାଏ, ଯାହା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ବିପଜ୍ଜନକ । ତେଣୁ ଏହାକୁ ଭଲଭାବେ ଧୋଇ ଖାଇବା ଉଚିତ୍, ନହେଲେ ଅନେକ ସ୍ବାସ୍ଥ୍ୟ ସମସ୍ୟା ହେବାର ଆଶଙ୍କା ରହିଥାଏ ।

Tags: