ଯୁଦ୍ଧର ପ୍ରଭାବ ବଢ଼ିଲା ସୁନା ଦର

ଯୁଦ୍ଧର ପ୍ରଭାବ ବଢ଼ିଲା ସୁନା ଦର

ନୂଆଦିଲ୍ଲୀ : ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଯୁଦ୍ଧ ଓ ଉତ୍ତେଜନା ଯୋଗୁଁ ଭାରତୀୟ ବଜାରରେ ବୃଦ୍ଧି ପାଇଛି ସୁନା ଏବଂ ରୁପା ଦର । ଗୋଟିଏ ଦିନରେ ୩ ପ୍ରତିଶତ ଲେଖାଏଁ ସୁନା ଏବଂ ରୂପା ଦର ବୃଦ୍ଧି ଘଟିଛି । ୨୪ କ୍ୟାରେଟ୍ ସୁନା ପାଖାପାଖି ୫ ହଜାର ଟଙ୍କା ବଢିଛି । ୧୦ ଗ୍ରାମ୍ ସୁନାର ଦର ୧ ଲକ୍ଷ ୭୦ ହଜାର ୩୦୯ ଟଙ୍କା ରହିଛି। ସେହିପରି ରୂପା ଦର ମଧ୍ୟ ବୃଦ୍ଧି ଘଟିଛି । କେଜି ୩ ଲକ୍ଷ ୨୫ ହଜାର ୧୦୦ ଟଙ୍କା ରହିଛି । ଇରାନ-ଇସ୍ରାଏଲ ଏବଂ ଆମେରିକା ମଧ୍ୟରେ ଚାଲିଥିବା ଯୁଦ୍ଧ ଯୋଗୁଁ ସେୟାର ବଜାରରୁ ନିବେଶକ ମାନେ ପୁଞ୍ଜି ଉଠାଇ ସୁନା ଆଡକୁ ମୁହାଉଁଛନ୍ତି  ଶ୍ୱାସ ଉଠିଯାଇଛି । ତେଣୁ ସୁନା ଡର ବୃଦ୍ଧି ପାଉଥିବା କୁହାଯାଉଛି । 

ସମ୍ବନ୍ଧିତ ଖବର ହଳଦିଆ ପଦରରେ ଟେକ୍ନିକାଲ ଟିମ

ବିଶେଷଜ୍ଞମାନେ ବିଶ୍ୱାସ କରନ୍ତି ଯେ ବିଶ୍ୱ ଅନିଶ୍ଚିତତା ଏବଂ ଭୂରାଜନୈତିକ ଉତ୍ତେଜନା ମଧ୍ୟରେ, ନିବେଶକମାନେ ସୁରକ୍ଷିତ ନିବେଶ ଭାବରେ ସୁନା ଏବଂ ରୂପାକୁ ପସନ୍ଦ କରିପାରନ୍ତି। ଏହା ଦ୍ଵାରା ମୂଲ୍ୟରେ ୧୦-୧୫% ବୃଦ୍ଧି ଘଟିବ ବୋଲି ଆଶା କରାଯାଉଛି। 

ସମ୍ବନ୍ଧିତ ଖବର ଏଆଇ ଛାତ୍ରଛାତ୍ରୀଙ୍କ ଶିକ୍ଷାଦାନକୁ ସହଜ କରିବ -ଧର୍ମେନ୍ଦ୍ର ପ୍ରଧାନ

ଆଜି ରାଜଧାନୀ ଭୁବନେଶ୍ଵରରେ ୨୪କ୍ୟାରେଟ ସୁନା ୧୦ଗ୍ରାମ ପ୍ରତି ୩ ହଜାର ୨୯୦ ଟଙ୍କା ହ୍ରାସ ଘଟି ୧ ଲକ୍ଷ ୬୯ ହଜାର ୮୦୦ ହୋଇଛି । ଗତକାଲି ଦର ୧ ଲକ୍ଷ ୭୩ ହଜାର ୯୦ ଟଙ୍କା ଥିଲା । ସେହିପରି ୨୨ କ୍ୟାରେଟ୍ ସୁନା ୧୦ ଗ୍ରାମ୍ ପ୍ରତି ୩୦୦୦ ଟଙ୍କା କମି ୧ ଲକ୍ଷ ୫୫ ହଜାର ୬୫୦ ଟଙ୍କା ରହିଛି। ଯାହା ଗତକାଲି ୧ ଲକ୍ଷ ୫୮ ହଜାର ୬୫୦ ଟଙ୍କା ଥିଲା। ଅନ୍ୟପଟେ ଆଜି ରୂପା ଦର ୧୦ ହଜାର ଟଙ୍କା କମି ୩ ଲକ୍ଷ ୧୫ ହଜାର ଟଙ୍କା ରହିଛି । ଯାହା ଗତକାଲି ୩ ଲକ୍ଷ ୨୫ ହଜାର ଟଙ୍କା ରହିଥିଲା ।

ସମ୍ବନ୍ଧିତ ଖବର ରାଜ୍ୟରେ ୭୪ଟି ଥାନାରେ କାମ କରୁନାହିଁ ସିସିଟିଭି

Tags: