ଭଡାରେ ମିଳୁଛନ୍ତି ପଶୁ
By: Ipsita
ସମ୍ବନ୍ଧିତ ଖବର ଚାଲାଣ କାଟିବା ଧର୍ମ ବିରୋଧୀ
ଦିଲ୍ଲୀର ନ୍ୟାସନାଲ ଜୁଲଜିକାଲ ପାର୍କ ଚଳିତ ମାର୍ଚ୍ଚମାସରେ ଗୋଟିଏ ଦିନ ପାଇଁ ସେଠାରେଥିବା ପଶୁଙ୍କୁ ଭଡାରେ ଦେଉଛି । ଏହି ସମୟରେ ଆପଣ ଏହି ପଶୁଙ୍କର ପୂରା ପାଖକୁ ଯାଇପାରିବେ ଏପରିକି ସେମାନଙ୍କୁ କୋଳରେ ଧରି ଫଟୋ ମଧ୍ୟ ଉଠାଇ ପାରିବେ । ଏଥିପାଇଁ ପ୍ରତି ପଶୁଙ୍କର ଭିନ୍ନଭିନ୍ନ ଭଡା ମଧ୍ୟ ନିର୍ଦ୍ଧାରିତ କରାଯାଇଛି । ହରିଣ ପାଇଁ ୫୦୦ ଟଙ୍କା, ସ୍ଳଥ ଭାଲୁ ପାଇଁ ୫୦୦ ଏବଂ ବାଘ ପାଇଁ ୫୦ ହଜାର ଟଙ୍କା ଧାର୍ଯ୍ୟ କରାଯାଇଛି । ଏହି ସମୟରେ ପଶୁଙ୍କ ସହିତ ସେମାନଙ୍କୁ ଭଡାରେ ନେଇଥିବା ବ୍ୟକ୍ତିମାନେ ଫଟୋ ଉଠାଇପାରିବେ, ସେମାନଙ୍କୁ ଏକ ଅଫିସିଆଲ ସାର୍ଟିଫିକେଟ ମିଳିବ ଏହାସହ ଡିଜିଟାଲ ସ୍କ୍ରିନରେ ଉକ୍ତ ବ୍ୟକ୍ତିଙ୍କ ନାମକୁ ଦେଖାଯିବ । ଏହାର ଉଦ୍ଦେଶ୍ୟ ଲୋକଙ୍କ ଭିତରେ ଜଙ୍ଗଲରେ ବାସ କରୁଥିବା ଜୀବଙ୍କ ପ୍ରତି ଭଲପାଇବା ବଢାଇବା ।
ସମ୍ବନ୍ଧିତ ଖବର ମୃତ ବ୍ୟକ୍ତି ଚଳାଇବେ ଗାଡି !
Tags:



