ଖେମିନିଙ୍କ ମୃତ୍ୟୁ ପରେ ପୁଅ ମୋଜତାବା ଖେମିନି ହେଲେ ସର୍ବୋଚ୍ଚ ନେତା

ଖେମିନିଙ୍କ ମୃତ୍ୟୁ ପରେ ପୁଅ ମୋଜତାବା ଖେମିନି ହେଲେ ସର୍ବୋଚ୍ଚ ନେତା
Samaya Live Desk Picture
Published On

ତେହେରାନ:  ଇରାନ ଉପରେ ଇସ୍ରାଏଲ-ଆମେରିକାର ମିଳିତ ଆକ୍ରମଣରେ ଦେଶର ସର୍ବୋଚ୍ଚ ନେତା ଆୟ‌ାତୋଲ୍ଲା ଅଲି ଖେମିନିଙ୍କ ମୃତ୍ୟୁ ପରେ ଦେଶରେ ଏକ ବଡ଼ ଏବଂ ଐତିହାସିକ ପରିବର୍ତ୍ତନ ଆନୁଷ୍ଠାନିକ ଭାବରେ ଘୋଷଣା କରାଯାଇଛି। ବିମାନ ଆକ୍ରମଣରେ ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖେମିନିଙ୍କ ମୃତ୍ୟୁ ପରେ, ତାଙ୍କ ପୁଅ ମୋଜତାବା ଖେମିନି ନୂତନ ସର୍ବୋଚ୍ଚ ନେତା ହୋଇଛନ୍ତି। ୮୬ ବର୍ଷୀୟ  ଆୟାତୋଲ୍ଲା ଅଲି ଖେମିନିଙ୍କ ମୃତ୍ୟୁ ପରେ, ତାଙ୍କ ସାନ ପୁଅ ମୋଜତାବା ଦାୟିତ୍ୱ ଗ୍ରହଣ କରିଛନ୍ତି। ୧୯୬୯ ମସିହାରେ ମାଶାଦରେ ଜନ୍ମଗ୍ରହଣ କରିଥିବା ମୋଜତାବା ଦୀର୍ଘ ସମୟ ଧରି ତାଙ୍କ ପିତାଙ୍କ ନିକଟତର ସହଯୋଗୀ ଥିଲେ। ସେ ଅନେକ ପ୍ରମୁଖ ସରକାରୀ ଏବଂ କୂଟନୈତିକ ନିଷ୍ପତ୍ତିରେ ପରଦା ପଛରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ।

ଏହି ଦୁଃଖଦ ଘଟଣା ପରେ ସରକାର ୪୦ ଦିନିଆ ଜାତୀୟ ଶୋକ ଘୋଷଣା କରିଛନ୍ତି।  ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁ ସରକାରୀ କୋଠା ବାହାରେ ଅତିରିକ୍ତ ଫୋର୍ସ ମୁତୟନ କରାଯାଇଛି।

ଇରାନ ଏବଂ ଇରାକ ମଧ୍ୟରେ ଯୁଦ୍ଧର ଶେଷ ପର୍ଯ୍ୟାୟରେ ମୋଜତାବା ସେନାରେ କାର୍ଯ୍ୟ କରିଥିଲେ । ତାଙ୍କର ସାମରିକ ବାହିନୀ ଓ ରିଭୋଲ୍ୟୁସନାରୀ ଗାର୍ଡ ସହିତ ଦୃଢ଼ ତଥା ଘନିଷ୍ଠ ସମ୍ପର୍କ ଥିବା

Tags: