କାହିଁକି ଶୁଖିଛି ମଙ୍ଗଳ

କାହିଁକି ଶୁଖିଛି ମଙ୍ଗଳ
Ipsita Picture
By: Ipsita
Published On

 

ମଙ୍ଗଳ ଗ୍ରହ କିପରି ଶୁଷ୍କ ଓ ମରୁଭୂମିରେ ପରିଣତ ହେଲା, ସେହି ରହସ୍ୟ ଉପରୁ ପରଦା ହଟାଇବା ପାଇଁ ବୈଜ୍ଞାନିକମାନେ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ପାଇଛନ୍ତି। 'କମ୍ୟୁନିକେସନସ୍ ଆର୍ଥ ଆଣ୍ଡ ଏନଭାଇରନମେଣ୍ଟ' ପତ୍ରିକାରେ ପ୍ରକାଶିତ ଏକ ନୂତନ ଆନ୍ତର୍ଜାତୀୟ ଅଧ୍ୟୟନ ଅନୁସାରେ, ମଙ୍ଗଳ ଗ୍ରହରେ ହେଉଥିବା ଶକ୍ତିଶାଳୀ ଆଞ୍ଚଳିକ ଧୂଳିଝଡ଼ ଗ୍ରହର ଜଳ ହ୍ରାସ ପ୍ରକ୍ରିୟାରେ ପୂର୍ବ ଅପେକ୍ଷା ଅଧିକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଟୋକିଓ ବିଶ୍ୱବିଦ୍ୟାଳୟ ଏବଂ ଟୋହୋକୁ ବିଶ୍ୱବିଦ୍ୟାଳୟ ସମେତ ବିଭିନ୍ନ ପ୍ରତିଷ୍ଠିତ ଅନୁଷ୍ଠାନର ଗବେଷକମାନେ ପୂର୍ବରୁ ଉତ୍ତର ଗୋଲାର୍ଦ୍ଧ ଗ୍ରୀଷ୍ମ ଋତୁରେ ଏକ ସ୍ଥାନୀୟ ଧୂଳିଝଡ଼ର ପ୍ରଭାବକୁ ଅନୁଧ୍ୟାନ କରିଥିଲେ । ଏହି ଝଡ଼ ପ୍ରଭାବରେ ବାୟୁମଣ୍ଡଳର ଉପର ଭାଗରେ ଜଳୀୟ ବାଷ୍ପର ପରିମାଣ ସାଧାରଣ ଅପେକ୍ଷା ପ୍ରାୟ ୧୦ ଗୁଣ ବୃଦ୍ଧି ପାଇବା ସହ ମହାକାଶର ସୀମା ନିକଟରେ ହାଇଡ୍ରୋଜେନ୍ ସ୍ତର ପ୍ରାୟ ୨.୫ ଗୁଣ ବଢ଼ିଯାଇଥିବା ଜଣା ପଡିଥିଲା । ଯେତେବେଳେ ଜଳ ଅଣୁଗୁଡ଼ିକ ଭାଙ୍ଗିଯାଏ, ସେଥିରୁ ନିର୍ଗତ ହାଇଡ୍ରୋଜେନ୍ ଗ୍ୟାସ୍ ମହାକାଶକୁ ଚାଲିଯାଏ ଏବଂ ଗ୍ରହରୁ ଜଳ ସବୁଦିନ ପାଇଁ ନଷ୍ଟ ହୋଇଯାଏ । ଏହି ଆବିଷ୍କାର ପ୍ରମାଣ କରିଛି ଯେ କେବଳ ବୃହତ ବିଶ୍ୱବ୍ୟାପୀ ଝଡ଼ ନୁହେଁ, ବରଂ ସ୍ୱଳ୍ପକାଳୀନ ଆଞ୍ଚଳିକ ଧୂଳିଝଡ଼ ମଧ୍ୟ ମଙ୍ଗଳ ଗ୍ରହକୁ ଏକ ଶୁଷ୍କ ଓ ନିର୍ଜଳ ଗ୍ରହରେ ପରିଣତ କରିବାରେ ବଡ଼ ସାହାଯ୍ୟ କରିଛି ।

Tags: