ଇରାନ ଉପରେ ଇସ୍ରାଏଲର ବଡ଼ ଧରଣର ଆକ୍ରମଣ
ନୂଆଦିଲ୍ଲୀ : ଇରାନ ଉପରେ ଇସ୍ରାଏଲ ର ବଡ଼ ଧରଣର ସାମରିକ ଆକ୍ରମଣ । ଇସ୍ରାଏଲୀ ସେନା, ଆଇଡିଏଫ୍, ଇରାନ ଉପରେ ଏକ ଆଗୁଆ ଆକ୍ରମଣ ଆରମ୍ଭ କରିଛି । ତେହେରାନ ମଧ୍ୟଭାଗରେ ହୋଇଛି ଶକ୍ତିଶାଳୀ ବିସ୍ଫୋରଣ । ଆମେରିକା ସହ ମିଶି ଇରାକ ଉପରେ ଇସ୍ରାଏଲ ସେନା କରୁଛି ଘନ ଘନ ରକେଟ ମାଡ଼ I ତେହେରାନ ସହ ଅନ୍ୟ ସହରରୁ ଶୁଭୁଛି ବିସ୍ଫୋରଣ ଶବ୍ଦ । ଇରାକ ର ୩୦ଟି ସ୍ଥାନରେ ଆକ୍ରମଣ କରାଯାଉଛି । ଅନେକ ମନ୍ତ୍ରୀଙ୍କ ଘରକୁ ଟାର୍ଗେଟ କରାଯାଉଛି । ଇରାନରେ ଆହତ ଲୋକଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲକୁ ନିଆଯାଉଛି । ଇରନ୍ ର ସର୍ବୋଚ୍ଚ ନେତା ଖାମନେଇ ଦେଶ ଛାଡିଥିବା ସୂଚନା ।
ସେପଟେ ଇସ୍ରାଏଲରେ ମଧ୍ୟ ଶୁଭୁଛି ସାଇରନ ଶବ୍ଦ । ପ୍ରତିଶୋଧ ମୂଳକ ଆକ୍ରମଣ ଆଶଙ୍କା କରି ଦେଶରେ ଜରୁରୀ ପରିସ୍ଥିତି ଜାରି ହେବା ସହ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି । ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଚାଲିଯିବାକୁ ପରାମର୍ଶ ଦେଇଛନ୍ତି ଇସ୍ରାଏଲ ପ୍ରତିରକ୍ଷା ମନ୍ତ୍ରୀ । ଲୋକଙ୍କୁ ଘର ଭିତରେ ରହିବାକୁ ନିବେଦନ କରିଛି ଆଇଡିଏଫ୍ । ଇସ୍ରାଏଲର ବେସାମରିକ ବିମାନ ସେବା ବନ୍ଦ ହେବା ସହିତ ବିମାନଯାତ୍ରୀଙ୍କୁ ବିମାନ ବନ୍ଦର ନଆସିବା ପାଇଁ କହିଛନ୍ତି ଇସ୍ରାଏଲ ସରକାର ।
Related Posts



