ଫେରାର ଅସ୍ତରଙ୍ଗ IIC ଙ୍କ ଆତ୍ମସମର୍ପଣ

ଫେରାର ଅସ୍ତରଙ୍ଗ IIC ଙ୍କ ଆତ୍ମସମର୍ପଣ

ଭୁବନେଶ୍ୱର : ଜୟପୁର ଜିଲ୍ଲା କୋର୍ଟରେ ଆତ୍ମସମର୍ପଣ କଲେ ଅସ୍ତରଙ୍ଗ IIC । ଗଞ୍ଜେଇ ଚୋରା ଚାଲାଣକାରିଙ୍କୁ ଆଶ୍ରୟ ଦେବା ଅଭିଯୋଗରେ ପ୍ରାୟ ୬ ମାସ ଧରି ଫେରାର ଥିବା ପୁରୀ ଜିଲ୍ଲା ଅସ୍ତରଙ୍ଗ ଥାନାର ନିଲମ୍ବିତ IIC ରାଜେଶ ବଳିଆରସିଂ ଜୟପୁର ଜିଲ୍ଳା ଜଜ୍ କୋର୍ଟରେ ଆଜି ଆତ୍ମ ସମର୍ପଣ କରିଛନ୍ତି । ଆତ୍ମସମର୍ପଣ କରିବା ପରେ ତାଙ୍କୁ ସର୍ତ୍ତମୂଳକ ଜାମିନ ମିଳିଛି । 

ସମ୍ବନ୍ଧିତ ଖବର ଯାତ୍ରାଦେଖା କୁ ନେଇ ଜଟଣୀରେ ବୋମାମାଡ଼, ୨ ଆହତ

ରାଜେଶ କୋରାପୁଟ ଜିଲାର ଜୟପୁର, କୋରାପୁଟ ସମେତ ରାୟଗଡ଼ା ଜିଲାର ଅନେକ ଥାନାରେ କାର୍ଯ୍ୟରତ ଥିଲେ । ଏହି ସମୟରେ ସେ ଗଞ୍ଜେଇ ବେପାରୀଙ୍କୁ ସହଯୋଗ କରିବା ଓ ତାଙ୍କ ଗାଡ଼ି ବ୍ୟବହାର କରିବାକୁ ଦେଇଥିବା ଅଭିଯୋଗ ହୋଇଥିଲା। ଏନେଇ ଜୟପୁର ଟାଉନ ଥାନାରେ ତାଙ୍କ ନାଁରେ ମାମଲା ରୁଜୁ ହୋଇଥିଲା । ଏହି ମାମଲାରେ ଗତ ବର୍ଷ ଅଗଷ୍ଟ ମାସ ପ୍ରଥମ ସପ୍ତାହରେ ଜୟପୁରର ତତ୍‌କାଳୀନ ଏସଡିପିଓ ପାର୍ଥ କଶ୍ୟପଙ୍କ ନେତୃତ୍ୱରେ ଏକ ପୁଲିସ ଟିମ୍‌ ରାଜେଶ ବଳିଆରସିଂହଙ୍କୁ ଭୁବନେଶ୍ୱରର କ୍ୟାପିଟାଲ ଥାନାକୁ ନେଇ ପଚରାଉଚରା କରିଥିଲେ। ତେବେ ରାଜେଶ ବଳିଆରସିଂହ ସେଠାରେ ସେମାନଙ୍କୁ ଚକମା ଦେଇ ଫେରାର ହୋଇଯାଇଥିଲେ । ତେବେ ଦୀର୍ଘ ଦିନ ଧରି ଫେରାର ରହିବା ପରେ ଗତ କିଛି ଦିନ ତଳେ ନିଜ ଓକିଲଙ୍କ ମାଧ୍ୟମରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ନିଲମ୍ବିତ ଆଇଆଇସି ରାଜେଶ ବଳିଆରସିଂହ। ଜୟପୁର କୋର୍ଟରେ ଆତ୍ମସମର୍ପଣ କରିବାକୁ ତାଙ୍କୁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ।

ସମ୍ବନ୍ଧିତ ଖବର ଘର ଭିତରକୁ ବସ ମାଡିଯାଇ ୧୦ ଆହତ

 

ସମ୍ବନ୍ଧିତ ଖବର ଭୁବନେଶ୍ୱରରେ ପହଞ୍ଚିଲେ ଅମିତ ଶାହ

Tags: