ମର୍ମନ୍ତୁଦ କାର ଦୁର୍ଘଟଣା ଜଣେ ମୃତ ଚାରି ଆହତ

ମର୍ମନ୍ତୁଦ କାର ଦୁର୍ଘଟଣା ଜଣେ ମୃତ ଚାରି ଆହତ

ଭୁବନେଶ୍ୱର : ମୟୁରଭଞ୍ଜ ଜିଲ୍ଲା ୨୨୦ ନମ୍ବର ଜାତୀୟ ରାଜପଥରେ ମର୍ମନ୍ତୁଦ ସଡକ ଦୁର୍ଘଟଣା I ରବିବାର ବିଳମ୍ବିତ ରାତିରେ ଏକ ବିଦ୍ୟୁତ ଖୁଣ୍ଟକୁ କାର ଧକ୍କା ଦେଇ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ 4 ଜଣ ଗୁରୁତର ଆହତ ହୋଇଛନ୍ତି I ମୟୁରଭଞ୍ଜ ଜିଲ୍ଲା ଯଶିପୁର ଥାନା ଗିଧିବାସ ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି ।   

ସମ୍ବନ୍ଧିତ ଖବର ଦିନ ୧୧.୩୦ ଯାଏଁ ଗୃହ ମୁଲତବୀ ଘୋଷଣା କଲେ ବାଚସ୍ପତି

ସୂଚନା ଅନୁସାରେ ଯଶିପୁର ଅଞ୍ଚଳରୁ ପାଞ୍ଚ ଜଣ କରଞ୍ଜିଆରୁ ଦୋଳ ମେଲଣ ଦେଖି ଯଶିପୁର ଫେରୁଥିବା ସମୟରେ ବିଲମ୍ବିତ ରାତିରେ ଭାରସାମ୍ୟ ହରାଇ କାରଟି ରାସ୍ତା କଡରେ ଥିବା ଏକ ବିଦ୍ୟୁତ ଖୁଣ୍ଟରେ ପିଟି ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା  ।

ସମ୍ବନ୍ଧିତ ଖବର 'ଆମବସ' ଧକ୍କାରେ ସାଇକେଲ ଆରୋହୀ ଗୁରୁତର

ମୃତକ ଜଣଙ୍କ ଯଶିପୁର ଥାନା ଭଣ୍ଡାରୀପୋଷି ଗ୍ରାମର ସରୋଜ ମୁଖୀ ଓ ଗୁରୁତରମାନେ ହେଲେ ସାଗର ବେହେରା, ସୁଶାନ୍ତ ବେହେରା, ଦେବେନ୍ଦ୍ର ବେହେରା । ଆହତ ବ୍ୟକ୍ତି ମାନଙ୍କ ମଧ୍ୟରୁ ଜଣେ କଟକ ବଡ଼ ମେଡିକାଲ, ଜଣେ କେନ୍ଦୁଝର ବଡ଼ ମେଡିକାଲକୁ ସ୍ଥାନାନ୍ତରିତ ହୋଇଥିବା ବେଳେ ଦୁଇ ଜଣ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ଘଟଣା ସ୍ଥଳରେ ଯଶିପୁର ପୁଲିସ ତଦନ୍ତ ଜାରି ରଖିଛି । 

ସମ୍ବନ୍ଧିତ ଖବର ରାଜ୍ୟରେ ୭୪ଟି ଥାନାରେ କାମ କରୁନାହିଁ ସିସିଟିଭି

Tags: